ବ୍ରହ୍ମପୁର,୦୫/୦୨(ପିପିଟି): ପୌରାନିର୍ବାଚନ ସକାଶେ ୱାର୍ଡ ସଂରକ୍ଷଣ ତାଲିକା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଛି । ହିଞ୍ଜିଳି କାଟୁ ପୌରପରିଷଦ ପାଇଁ ୨୧ ଗୋଟି ୱାର୍ଡର ତାଲିକାରେ,ୱାର୍ଡ ନଂ-୦୧, ୦୫,୧୦,୧୧,୧୨,୧୩,୧୫ ଓ୧୯ ଅଣ ସଂରକ୍ଷିତ ରହିଛି। ୱାର୍ଡ ନଂ-୦୩,୦୪,୦୬,୦୮,୦୯,୧୪,୨୦ ଓ ୨୧ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନଂ-୨ ଓ ୧୭ ଅନୁସୂଚିତ ଜାତି, ୱାର୍ଡ ନଂ -୧୬ ଓ ୧୮ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନଂ ୭ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ସୂଚନାରୁ ପ୍ରକାଶ।ବର୍ତ୍ତମାନ ସୁଦ୍ଧା ପୂର୍ବପ୍ରକାଶ ଅନୁଯାୟୀ ପୌରପରିଷଦ ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ରହିଛି । ହିଞ୍ଜିଳି ପୌରାଞ୍ଚଳର ଭୋଟର ସଂଖ୍ୟା ୨୦ହଜାର ୬୯୬ ରହିଥିବାବେଳେ, ପୌରନିର୍ବାଚନ ଏପ୍ରିଲ ମାସରେ ହେବାର ସମ୍ଭାବନା ରହିଛି । ପଞ୍ଚାୟତ ନିର୍ବାଚନ ପରେ ପରେ ପୌରପରିଷଦ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ଅଙ୍କକଷା ଆରମ୍ଭ ହୋଇସାରିଛି।