ହିଞ୍ଜିଳିକାଟୁ,ତା-୦୫/୦୯(ପିପିଟି) ; ରାଜ୍ୟରେ କରୋନା ଆକ୍ରାନ୍ତକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିର ସ୍ଥିତି ବାଟବଣାରୁ ସବୁଜଘେରକୁ ଫେରୁଥିବା ସୂଚନା ମିଳିଛି। ପୌରପରିଷଦ ସୂଚନା ପ୍ରକାରେ ମାର୍ଚ୍ଚ୍ ମାସ ଠାରୁ ୧୭.୦୮.୨୦୨୦ ମଧ୍ୟରେ ମୋଟ ୨୦୩୪ ଜଣଙ୍କର ସଂଗୃହିତ ସ୍ୱାବ , ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିମଧ୍ୟରୁ ୧୩୫୫ ଜଣଙ୍କର ଆଣ୍ଟିଜେନ ଓ ୬୭୯ ଜଣଙ୍କର ସଂଗୃହିତ ନମୁନା ଆରଟିପିସିଆର ପରୀକ୍ଷଣ ହୋଇଥିଲା। ସମୁଦାୟ ୨୦୩୪ ପରୀକ୍ଷଣରୁ ୨୫୧ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ଼ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ସେହି ସମୟ ମଧ୍ୟରେ ପରିସ୍ଥିତି ଅଣଆୟତ ସହ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ହିଞ୍ଜିଳି ପୌରାଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ୱାର୍ଡରେ ପ୍ରତ୍ୟେକ ପରିବାରରୁ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷଣ କରାଗଲା । ଏହି କ୍ରମରେ ଗତ ୧୮.୦୮.୨୦୨୦ ତାରିଖ ଠାରୁ ୩୦.୦୮.୨୦୨୦ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ୱାର୍ଡରୁ ସମୁଦାୟ ପରୀକ୍ଷଣ ୧୩୨୯ ଜଣଙ୍କ ମଧ୍ୟରୁ ୧୧୨୧ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ୨୦୮ ଜଣଙ୍କୁ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩୯ ଜଣଙ୍କର କରୋନା ପଜିଟିଭ ଲକ୍ଷଣ ଥିବା ପରୀକ୍ଷଣରୁ ଜଣାପଡିଥିଲା। ବର୍ତମାନସୁଦ୍ଧା ଅଞ୍ଚଳରେ ୭ଜଣ କରୋନା ପଜିଟିଭ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆଗକୁ ଅଧିକ ପରୀକ୍ଷଣ ସହ ହିଞ୍ଜିଳିକୁ ସମ୍ପୁର୍ଣ୍ଣ କରୋନା ମୁକ୍ତ ପାଇଁ ପ୍ରୟାସ ଜାରି ରହିଥିବା ପୌରପରିଷଦ କାର୍ଯ୍ୟନିର୍ଵାହି ଅଧିକାରୀ ଜଗଦୀଶ ଖାଡ଼ଙ୍ଗା କହିଥିଲେ। ବର୍ତ୍ତମାନ ସୁଦ୍ଧା ହିଞ୍ଜିଳି ପୌରପରିଷଦର ୨୧ଟି ୱାର୍ଡରୁ ୧୮ଟି ୱାର୍ଡ ସବୁଜ ଜୋନ ରହିଥିବା ସୂଚନା ମିଳିଛି। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।