ହିଂଜିଳି ବ୍ଳକ୍ କୃଷି ବିଭାଗର ଅରାଜକତା ବିରୁଦ୍ଧରେ ହିଂଜିଳି ବ୍ଳକ୍ ବିଜେପି ପକ୍ଷରୁ ଦାବିପତ୍ର ।

0 383

ହିଞ୍ଜିଳିକାଟୁ,ତା-୦୪/୦୯(ପିପିଟି) ; ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ହିଂଜିଳି ତହସିଲରେ ପହଞ୍ଚି,ତହସିଲଦାର ହିଂଜିଳିକାଟୁଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ହିଂଜିଳି ବ୍ଳକ୍ କୃଷି ବିଭାଗର ଅରାଜକତା ବିରୋଧରେ ଦାବିପତ୍ର ଜଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସାର ବେପାରୀ ମାନେ ସାରକୁ ଗରିବ ଚାଷୀମାନଙ୍କୁ ଚଢା ଦରରେ ବିକ୍ରି କରି ଖୁଲମଖୁଲା ଲୁଟିବାରେ ଲାଗିଛନ୍ତି। ସାର ଗୋଦାମରେ ସାରକୁ ଗଛିତ ରଖି କଳାବଜାରୀ କରୁଛନ୍ତି। ୨୬୬.୫୦ ପଇସାର ୟୁରିଆ ସାରକୁ ୪୫୦ ଟଙ୍କାରେ ବିକ୍ରି କରୁଛନ୍ତି ଓ ୮୭୫ଟଙ୍କାର ପଟାସ ସାରକୁ ୯୫୦ରେ ବିକ୍ରି କରୁଛନ୍ତି। ଆଧାର କାର୍ଡ ରଖି ପି.ଏସ.ଓ ମେସିନ ମାଧ୍ୟମରେ ବିକ୍ରୟ କରି ଚାଷୀଙ୍କୁ ବିଲ ଦେଉନାହାନ୍ତି । କୃଷି ଅଧିକାରୀ ଗଛିତ ସାର ର ତଦାରଖ କରୁନାହାନ୍ତି। ପ୍ରତିବର୍ଷ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ସୋସାଇଟି ମାନଙ୍କୁ ଅଧିକ ପରିମାଣ ସାର ଯୋଗାଇ ଦେଲେ ଚାଷୀ ମାନଙ୍କର ସାର ଅଭାବ ଦୂର ହୋଇପାରିବ। ପ୍ରତିଦିନର ସାର ବିକ୍ରୟର ହିସାବ କୃଷି ଅଧିକାରୀଙ୍କ ନିକଟରେ ରହିବା କଥା କିନ୍ତୁ ଡିଲର ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଭାଗୀୟ ଅଧିକାରୀ। ଏହି ଅଞ୍ଚଳର ଦୁଃଖ ଚାଷୀ ମାନଙ୍କର ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୃଷି ସମ୍ବନ୍ଧୀୟ ଉପକରଣକୁ ସାଧାରଣ ଜନତାକୁ ବଣ୍ଟନ କରାନଯାଇ ମୁଷ୍ଟିମେୟ ଆସାଧୁ ଅଫିସର ମାନେ ରାଧେ ରାଧେ ନୀତିରେ ଲୁଟି ଚାଲୁଛନ୍ତି। ଯାହା ଫଳରେ ଏହି ଅଞ୍ଚଳର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରୁନାହିଁ। ଚାଷୀ ମାନଙ୍କ କାଳିଆ ଯୋଜନାର ଲାଭ ଦେଖାଇ ନିର୍ବାଚନ ବୈତରଣୀ ପାର ହେବା ପରେ ସରକାର ଚାଷୀ ମାନଙ୍କୁ ଅଣଦେଖା କରୁଛନ୍ତି। ଅନେକ ଚାଷୀ କାମ ଛାଡି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ସମସ୍ତ ଚାଷୀ ମାନକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରି ଯେଉପରି ସେମାନେ ସପ୍ତମ କିସ୍ତିରେ ପ୍ରାପ୍ୟ ହୋଇପାରିବେ ତାହାର ବ୍ୟବସ୍ତା କରାଯାଉ। ଆମ ଅଞ୍ଚଳରେ ଦିବାଲୋକରେ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରିବା ଯୋଗୁଁ ବନ୍ୟା ପରିସ୍ଥିତି ସମ୍ଭାବନା ଦେଖା ଦେଇଛି। ପୁନସ୍ତ ପାହାଡର ବିନା ଲିଜରେ ଅଧିକାରୀଙ୍କ ଜାଣନ୍ତରେ ପଥର ଲୁଟ ହୋଉଛି। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ହିଂଜିଳି ଅଞ୍ଚଳରେ ସମସ୍ତ ପଞ୍ଜିକୃତ ଚାଷୀ ମାନଙ୍କ ଧାନ ସରକାର କିଣୁନଥିବା ଯୋଗୁଁ ନିରାଶ ହେବାକୁ ପଡୁଛି। ଧାନ ସଂଗ୍ରହ ବ୍ୟବସ୍ଥାକୁ ସରଳ କରିବା ପାଇଁ ୨୦୧୨-୧୩ ମସିହାରୁ ଚାଷୀ ପଞ୍ଜିକରଣ ବ୍ୟବସ୍ତା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବା କାରଣରୁ ଧାନର କଳା ବଜାରୀ ହେଉଛି। ତେଣୁ ଯଥା ଶୀଘ୍ର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉ। ଦୀର୍ଘ ୭୩ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଆଜି ଗରିବ, ହରିଜନ , ଆଦିବାସୀ ମାନେ ମୁଣ୍ଡ ଗୁଂଜୀବ ପାଇଁ ବାସଗୃହ ନଥିବା ପରିଲିଖିତ ହେଉଛି। ବାସଗୃହ ନଥିବା କାରଣରୁ ବହୁ ଲୋକ ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି। ତେଣୁ ବାସହୀନ ମାନଙ୍କୁ ଗୃହ ଉପଯୋଗୀ ଏବଂ ଜମି ଓ ପଟ୍ଟା ଯୋଗାଇ ଦିଆଯାଉ। ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ପ୍ରକାର ବିହନ ଓ ଯାନ୍ତ୍ରିକ କୃଷି ଉପକରଣ ସାମଗ୍ରୀ କେବଳ ମୁଷ୍ଟିମେୟ ଲୋକ ଏବଂ ବିଜେଡିର ନେତାମାନେ ହଡପ କରି ନେଉଛନ୍ତି। ଯାହା ଫଳରେ ସାଧରଣ ଚାଷୀ ମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ଅତଏବ ଆପଣ ଉପରୋକ୍ତ ଦାବି ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ନକଲେ ହିଂଜିଳି ବିଜେପି ତଥା ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ଶିଶିର କୁମାର ମିଶ୍ର ତରଫରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳି ଉପକଣ୍ଠ ଅଞ୍ଚଳର ବିଜେପି କର୍ମୀ ମାଧବ ଗୌଡ଼,ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ,ରଶ୍ମିତା ପ୍ରଧାନ, ଉମାକାନ୍ତ ପାଢ଼ୀ,ବିଷ୍ଣୁ ପ୍ରସାଦ ଖାଡଙ୍ଗା,ରଶ୍ମିତା ବେହେରା, ଲିଙ୍ଗରାଜ ଗୌଡ଼,ଆକାଶ ପଟ୍ଟନାୟକ ସମେତ ପ୍ରମୁଖ ବହୁ ବିଜେପି କର୍ମୀ ଯୋଗଦେଇଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.