ହିଂଜିଳିକାଟୁ,୦୭/୧୧( ପିପିଟି): ଆଜି ଓଡ଼ିଶାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ହିଞ୍ଜିଳି ଗସ୍ତରେ ଆସି ଏହି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ହିଞ୍ଜିଳି ପୌର ପରିଷଦର ସମସ୍ତ ବୁଥ ବୁଲି ପରିଦର୍ଶନ କରିଥିଲେ ।ଏହି ସ୍ୱତନ୍ତ୍ର ବୁଥ ସ୍ତରୀୟ ପର୍ଯ୍ୟବେକ୍ଷଣ ଅଭିଯାନ ସମୟରେ ସେଠାରେ ନିର୍ବାଚନ ସଂକ୍ରାନ୍ତୀୟ ପ୍ରସ୍ତୁତି ଓ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଉକ୍ତ ସମୀକ୍ଷା ପରିଦର୍ଶନରେ ତାଙ୍କସହ ଅତିରିକ୍ତ ଜିଲ୍ଲାପାଳ ଗଞ୍ଜାମ (ରାଜସ୍ୱ) ପ୍ରିୟରଞ୍ଜନ ପୃଷ୍ଟି ,ଉପଜିଲ୍ଲାପାଳ ନୀଳମାଧଵ ଭୋଇ ,ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ ପ୍ରଧାନ, ହିଂଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ହିଞ୍ଜିଳି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ ପ୍ରମୁଖ ପରିଦର୍ଶନରେ ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ପରିଦର୍ଶନ ଅଭିଯାନ ହିଞ୍ଜିଳି ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ବୁଥ ସହ ହିଞ୍ଜିଳି ବ୍ଲକର ଭାବନ୍ଧ ,ଗଣ୍ଡଳା ଓ କଞ୍ଚୁରୁ ଗ୍ରାମପଞ୍ଚାୟତ ଗସ୍ତ କରିଥିଲେ ।
( ରିପୋର୍ଟ– ସାନ୍ତନୁ କୁମାର ବେହେରା ।)
Prev Post
Next Post