ହାର୍ଟ ନଗର ଠାରେ ମା’ ଶ୍ୟାମା କାଳୀପୂଜା ମହୋତ୍ସବ ।

0 239

ଭଞ୍ଜନଗର,୨୫/୧୦(ପିପିଟି): ଭଞ୍ଜନଗର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନ ପରିବାର ତରଫରୁ ମା’ ଶ୍ୟାମା କାଳୀ ପୂଜା ମହୋତ୍ସବ ବେଶ ଧୁମଧାମ ସହକାରେ ପାଳନ କରାଯାଉଛି। ସୋମବାର ଦୀପାବଳିରେ ବିଭିନ୍ନ ରୀତିନୀତି ଅନୁଯାୟୀ ନିଶାର୍ଦ୍ଧେ ମା’ ଙ୍କର ଆବାହନ କରାଯାଇଛି। ଏଥିସହ ପୂଜା,ହୋମ,ଦୀପଦାନ,ଚଣ୍ଡୀପାଠ, ବଳିଦାନ,ଚକ୍ଷୁଦାନ,ଜୀବନ୍ୟାସ, ପୁଷ୍ପାଞ୍ଜଳି,ଆଳତୀ ଆଦି କାର୍ଯ୍ୟକ୍ରମ ମଙ୍ଗଳବାର ସୂର୍ଯ୍ୟପରାଗର ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା।ଏଥିରେ ଅବସରପ୍ରାପ୍ତ ଫରେଷ୍ଟର ଭଗବାନ ଦାସ କର୍ତ୍ତା ଭାବେ ଉପସ୍ଥିତ ରହି ଦାୟୀତ୍ୱ ତୁଲାଇଥିଲେ।ମଙ୍ଗଳବାର ଦେବୀଙ୍କ ବିଶ୍ରାମ ଦିବସ,ବୁଧବାର, ଗୁରୁବାର ଦୈନିକ ପୂଜାର୍ଚ୍ଚନା, ସନ୍ଧ୍ୟା ଆଳତୀ ଏବଂ ଶୁକ୍ରବାର ଦେବୀଙ୍କ ପ୍ରତିମା ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.