ମାଲକାନଗିରି,୦୪/୧୨(ପିପିଟି): ଆଜି ଏକ ସ୍ବତନ୍ତ୍ର ସଫେଇ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ବିଏସଏଫ ୧୫୧ ବାଟାଲିୟନ ଯବାନମାନେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ସଫା କରିଥିଲେ । ଆଜିର ଏହି ଅଭିଯାନର ନେତୃତ୍ବ ବିଏସଏଫ କମାଣ୍ଡାଣ୍ଟ ନୀରଜ ଶର୍ମା ନେଇଥିବା ବେଳେ ଇନସ୍ପେକ୍ଟର ଯଶୱନ୍ତ ସିଂ, ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀ,ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଟି,ଏଲ.ଟି ପଦ୍ମ ଚରଣ ପଣ୍ଡା,ବିପିଏମ୍ ରଞ୍ଜନ ନାୟକ ଓ ପଦ୍ମନାଭ ରାଓ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନକୁ ସଫଳତାର ସହ ତ୍ବରାନ୍ବିତ କରିଥିବା ଜଣାପଡିଛି । ଏହି ସଫେଇ କାର୍ଯ୍ୟରେ ବିଏସଏଫର ପାଖାପାଖି ୪୦ ଜଣ ଯବାନ ନିୟୋଜିତ ହୋଇ ମେଡିକାଲ୍ ପରିସର, ପାଖରେ ଥିବା ଯାତ୍ରୀ ବିଶ୍ରାମଗାର ଓ ମୁଖ୍ୟ ଫାଟକ ସାମନାରେ ଥିବା ଡ୍ରେନ୍ ର ଅଳିଆ ଆବର୍ଜନା ଏକତ୍ରିତ କରି ନିକଟରେ ଥିବା ଗାର୍ବେଜ ୟାର୍ଡ ରେ ପକାଇଛନ୍ତି । ବିଏସଏଫ ର ଏଭଳି ମହନୀୟ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶ°ସା କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)