ସାନଖେମୁଣ୍ଡି,୨୮/୧୨(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ହରିଣା ମେନ୍ ରୋଡରେ ଏକ ମର୍ମଦୁନ୍ତ ସଡ଼କ ଦୃଘଟଣା ଘଟିଛି । ଏକ ଟ୍ରାକ୍ଟର ପଛପଟୁ ଧକ୍କା ଦେଲା ସ୍କୁଟି । ଯାହାଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପୋଡ଼ାମାରି ଗ୍ରାମର କଇ ଗୌଡଙ୍କ ପୁତ୍ର କୁନା ଗୌଡ଼ ବୟସ ୨୩ ବର୍ଷ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ କୁନା ଗୌଡ଼ ନିଜ ଘର ପୋଡ଼ାମାରି ଗ୍ରାମକୁ ଏକ ସ୍କୁଟି OD07AL3910 ଯୋଗେ ଦୃତ ଗତିରେ ଯାଉଥିଲେ । ତେବେ ଆଗରେ ଏକ ଟ୍ରାକ୍ଟର OR07AA1857 ଯାଉଥିବା ବେଳେ ଟ୍ରାକ୍ଟର ପଛ ପଟୁ କୁନା ଗୌଡ଼ଙ୍କ ସ୍କୁଟି ଭାରସାମ୍ୟ ହରାଇ ପଶିଯାଇଥିଲା । ତେବେ ଟ୍ରାକ୍ଟର ଡ୍ରାଇଭର ଗାଡିକୁ ସଙ୍ଗେ ସଙ୍ଗେ ରଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଏବଂ ପୋଡ଼ାମାରି ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର କୁନା ଗୌଡଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠୀ ଉପସ୍ଥିତ ଡାକ୍ତର କୁନା ଗୌଡଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପାଟପୁର ଥାନା ଅଧିନସ୍ତ ପୋଡ଼ାମାରି ଫାଣ୍ଡି ପୋଲିସ ପହଞ୍ଚି ମୃତ ବ୍ୟକ୍ତି କୁନା ଗୌଡଙ୍କ ଶବ ଜବତ କରି ୪୭୧/୨୦୨୨ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି । ଘଟଣାରେ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି । ମୃତ କୁନା ଗୌଡ଼ଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ କୁ ପଠାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ପରିବାର ଭାଙ୍ଗି ପଡିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )
Next Post