ସ୍ବାସ୍ଥ୍ଯ ବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳର ଶୁଭାରମ୍ଭ ।

0 375

ମାଲକାନଗିରି,ତା:୨୯/୦୭(ପିପିଟି);ମାଲକାନଗିରି ଜିଲ୍ଲାରେ ଆଜି ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ଶୁଭ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ଯକ୍ରମରେ କ୍ରୀଡା ଓ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ୨୭ଟି ଧନ କଳ ରହିଥିବା ବେଳେ ଏହି ଭିଟାମିନ ଯୁକ୍ତ ଚାଉଳ ଧାନକଳ ମାଲିକମାନେ ପ୍ରଦାନ କରିବେ । ସରକାରୀ ତଥ୍ଯ ଅନୁସାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ପରିବାର ରହିଥିବା ବେଳେ ୫ ଲକ୍ଷ ୪୬ ହଜାର ୫୦୧ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୧୧୭ଟି ଦୋକାନରେ ଏହି ଚାଉଳ ପ୍ରଦାନ କରାଯିବ। ୨୦୧୧ ଜନ ଗଣନା ଅନୁସାରେ ଜିଲ୍ଲାର ୮୦ ପ୍ରତିଶତ ଲୋକ ଏହାର ଲାଭ ଉଠାଇ ପାରିବେ ବୋଲି ଜଣା ପଡିଛି। ଏହି ଭିଟାମିନ୍ ଯୁକ୍ତ ଚାଉଳ ବ୍ଯବହାର କଲେ ଏମୋନିଆ ଓ କୁପୋଷଣ ଦୂର ହେବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ମଧ୍ୟ ଶୁଭ ଉଦଘାଟନ କରାଯାଇଥିଲା। ଏହି ରାସନ କାର୍ଡ ଦ୍ବାରା ଦେଶର ଯେ କୌଣସି ସ୍ଥାନରେ ମଧ୍ୟ ହିତାଧିକାରୀ ନିଜର ମାସିକ ଚାଉଳ ଉଠାଇ ପାରିବ। ଏହି ଭିଟାମିନ୍ ଯୁକ୍ତ ଚାଉଳରେ ଲୌହସାର,ଭିଟାମିନ-ବି-୧୨ ଏବଂ ଫ୍ଲୋରିକ ଏସିଡ୍ ରହିଥିବା କୁହାଯାଇଛି। ନିଜର ଆଧାର କାର୍ଡରେ ମଧ୍ୟ ଏହି ଚାଉଳ ହିତାଧିକାରୀ ନେଇପାରିବେ ବୋଲି ଜଣାପଡିଛି। ପ୍ରତି ମାସରେ ମାଲକାନଗିରି ଜିଲ୍ଲା ପାଇଁ ମୋଟ ୩୨ ହଜାର ୧୦୩ କିଣ୍ଟାଲ ଚାଉଳ ଦରକାର ପଡିବ ବୋଲି ଜଣାପଡିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.