ସୋନପୁର ରେ ଶ୍ରୀ ଦଧି ବାମନ ମହାପ୍ରଭୁ ଙ୍କ ଗୋଟି ପହଣ୍ଡି ପରେ ମନ୍ଦିର ବିଜେ ।

0 330

ସୁବର୍ଣ୍ଣପୁର ୧୭/୦୭(ପିପିଟି) : ସୋନପୁର ଦଧିବାମନ ମହାପ୍ରଭୁ ତିନି ଠାକୁର ମାଉସୀ ମନ୍ଦୀର ମଝିପଡ଼ା ଠାରୁ ବାହାରି ଘୋଡ଼ା ଘାଟ ପଡ଼ା ସ୍ଥିତ ଶ୍ରୀ ଦଧି ବାମନ ମନ୍ଦୀର କୁ ବିଜେ କରିଛନ୍ତି । ଅପରାହ୍ନ ୪ ଟା ବେଳେ ଶ୍ରୀ ଦଧି ବାମନ ଙ୍କ ରଥ ଟଣl ହୋଇ ଗୋଟି ପହଣ୍ଡି ସହ ନାମ ସଂକୀର୍ତ୍ତନ,ଘଣ୍ଟ ଶଙ୍ଖ ନାଦ ରେ ପ୍ରଭୂ ଙ୍କୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରଯାଇ ମନ୍ଦିର ବିଜେ କରାଯାଇ ଥିଲା । ବ୍ରlହ୍ମଣ ସମାଜ ପକ୍ଷରୁ ପ୍ରଭୁ ଙ୍କ ଠାରେ ଉପନ ଭୋଗ ଲାଗି ହୋଇ ମନ୍ଦିର ରେ ନିତିକାନ୍ତି ହୋଇଥିଲା । ଗୋଟି ପହଣ୍ଡି ସମୟରେ ଶହ ଶହ ମହିଳା ଭକ୍ତ ପ୍ରତି ଘର ଆଗରେ ପ୍ରଭୂ ଙ୍କୁ କଳସ ଜାଗର ଧୂପ ଦୀପ ନୈବେଦ୍ୟ ରେ ସ୍ଵାଗତ କରି ଭକ୍ତି ରେ ଭାବ ବିହ୍ୱଳ ହୋଇ ଯାଇଥିଲେ । ଦେବୋତ୍ତର କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ,ବୈକୁଣ୍ଠ ଶତପଥୀ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ତତ୍ତ୍ଵlବଧlନରେ ଓ ପୋଲିସ ପ୍ରଶାସନର ସହଯୋଗରେ ଶୃଙ୍ଖଳା ସହିତ ଦଧିବାମନ ଙ୍କ ବାହୁଡା଼ ଯାତ୍ରା ସମାପନ ହୋଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.