ସୋନପୁର ରେ ଚିତ୍ରଗୁପ୍ତ ପୂଜା ମହାସମାରୋହ ରେ ପାଳିତ ।

0 242

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତ କାଲି ମହାସମାରୋହରେ ଚିତ୍ରଗୁପ୍ତ କଲ୍ୟାଣ ସମିତି ଗୃହ ପରିସରରେ ପାଳିତ ହୋଇ ଯାଇଛି । ପୁଜା ପ୍ରାରମ୍ଭ ପୁର୍ବଦିନ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ନିଜସ୍ୱ ଗୃହ ଠାରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ସହର ର ଘୋଡ଼ାଘାଟପଡା ସ୍ଥିତ ମହାନଦୀର କଦମ୍ବ ଘାଟକୁ ଯାଇ ପୁଜକ ଦାମୋଦର ନାଏକଙ୍କ ଦ୍ୱାରା ପୁଜା କରାଯାଇ ପୁର୍ଣ୍ଣ କଳସ ଧରି ଫେରିଥିଲେ ।

ଏହିି ପୁଜାରେ କର୍ତ୍ତା ଭାବରେ ଆକାଶ ବିଦ୍ୟାଧର ଓ ତାଙ୍କ ସହଧର୍ମ ପତ୍ନୀ ପୂଜା ବିଦ୍ୟାଧର କାର୍ଯ୍ୟ ନିର୍ବାହ କରିଥିଲେ । ମଧ୍ୟାହ୍ନରେ କରଣ ସମାଜର ଏକ ମହାସଭାରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଉମେଶ ପ୍ରସାଦ ଦାନୀ, ଡ.ଜ୍ୟୋତି ରଂଜନ ବହିଦାର ମୁଖ୍ୟବକ୍ତା ଓ କରଣ ସମାଜର କୋଷାଧକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗଦେଇ ଯେଉଁ ଜାତି ଯେତେ ଉଚ୍ଚ ହୋଇଥାଏ ସେଠାରେ ମହିଳା ଙ୍କ ଭୂମିକା ମୁଖ୍ୟ ରହିଥାଏ । ମାଦଳା ପାଞ୍ଜି ରେ କରଣ ଶବ୍ଦ ର ବହୁବାର ଉଲ୍ଲେଖ ରହିଛି । ଏପରି କି କରଣ ଙ୍କ ଉତ୍ପତି ଦୁଇ ହଜାର ବର୍ଷ ପୂର୍ବ ବୋଲି ଜଣାଯାଏ । ଜାତୀୟ ପତାକା ତଳେ ଯେପରି ଅଶୋକ ଚକ୍ର ଚିହ୍ନ ରହିଥାଏ କରଣ ସମାଜ ର ତଳେ କଲମ ଓ ଦୁଆତ ର ଚିହ୍ନ ରହିଥାଏ। ସଭ୍ୟ ମାନଙ୍କୁ ଆହ୍ୱାନ ଦେଇ ଯେତେ ବାଧା ବିଘ୍ନ, ପ୍ରତିବନ୍ଧକ ଆସିଲେ ମଧ୍ୟ ଆଗକୁ ବଢିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ । ଦେବାଶିଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜ ର ବାଇ ଲ ଅନୁସାରେ ପ୍ରତ୍ୟେକ ଦୁଇ ବର୍ଷ ରେ କର୍ମକର୍ତ୍ତା ନିର୍ବାଚନ ହୋଇ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ସଭାପତି ପ୍ରକାଶ ଚନ୍ଦ୍ର ଵେବର୍ତ୍ତା, ଉପସଭାପତି ଅକ୍ଷୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦେବେ କିଶୋର ଦାନୀ ଓ କୋଷାଧକ୍ଷ ଭାବରେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଏହା ସହିତ ଆସନ୍ତା ବର୍ଷ ର କର୍ତ୍ତା ଭାବରେ ପ୍ରଭାତ କିଶୋର ଦାନୀ ଓ ମଲ୍ଲିକା ଦାନୀଙ୍କୁ ଚୟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ କୁ ଦେବାଶିଷ ପଟ୍ଟନାୟକ ସଂଯୋଜନା କରିଥିଲେ । ପୁଜାର ମହା ଆଳତୀ ପରେ ସାମୁହିକ ପ୍ରସାଦ ସେବନ କରାଯାଇ ଥିଲା । ଅନୁଷ୍ଠାନର ଦ୍ୱିତିୟ ଅଧିବେସନରେ ମୁଖ୍ୟ ଅତିଥି ଏପିଡି ଡିଆରଡ଼ିଏ ଶୈବାଲିଣୀ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ କରଣ ସମାଜର ଗର୍ବ ଓ ଗୌରବ ତରଭା ବ୍ଲକ ଅତରଡା ଗ୍ରାମ ର ସୁଶ୍ରୀ ନିଲକାନ୍ତି ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆଜି ଚିତ୍ରଗୁପ୍ତ ମହାପ୍ରଭୁ ଙ୍କୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ପରେ ମହାନଦୀ ରେ ବିସର୍ଜନ କରାଯାଇଛି ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.