ସୁବର୍ଣ୍ଣପୁର ,୦୭/୦୯(ପିପିଟି) : ବିଶ୍ୱ ର ସର୍ବ ବୃହତ ଅଣ ରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଏହାକୁ ଏକ ଭିନ୍ନ ଢଙ୍ଗ ରେ ପାଳନ କରାଯାଇଛି l ପ୍ରତିଷ୍ଠା ଦିବସରେ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ସୋନପୁର ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ରେ ପହଂଚି ସେଠାରେ ଥିବା ବିଦ୍ୟାର୍ଥୀ ମାନଙ୍କ ସହ ମିଶି ଏବିଭିପି ର ପତାକା ଉତ୍ତୋଳନ କରିଥିଲେ l ପୁରା ଦିନ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ସହ ମିଶି ନାଚ, ଗୀତ କରିବା ସହ ତାଙ୍କ ସହିତ ଭୋଜନ ମଧ୍ୟ କରିଥିଲେ l ସେଠାର ଥିବା ବିଦ୍ୟାର୍ଥୀ ମାନେ ତାଙ୍କ କଳା ର ପ୍ରଦର୍ଶନ ମଧ୍ୟ କରିଥିବାବେଳେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ସହ ପ୍ରମୁଖ ପ୍ଲାବନ ମହାପାତ୍ର ଏବିଭିପି ସେବାର୍ଥେ ବିଦ୍ୟାର୍ଥୀ ର ରାଜ୍ୟ ସଂଯୋଜକ ଶୁଭମ ପ୍ରସାଦ ମିଶ୍ର, ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ସୁବ୍ରତ ରାଣା, ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ସୁପ୍ରିୟା ଶର୍ମା, ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ଜଗଦଳା, ଆଲିଆ ବଗର୍ତ୍ତୀ, ଲିପି ଥନାପତି, ମାମାଲି ସାହୁ, ସିପୁନ, ରୀତିକ, ଆକାଶ ମେହେର, ଲିଙ୍କନ ମିଶ୍ର, ପ୍ରଦୀପ ଦୀପ, ମିଳନ, ଙ୍କ ସହ ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ