ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ସ୍ୱଚ୍ଛ ଭାରତ ସଂଗଠନ ମିଳିତ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ।

0 288

ଉଲୁଣ୍ଡା,୨୩/୦୨(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ଓ ସ୍ଵଛ ଭାରତ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସ୍ଵଛତା ତଥା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଡିପିଏମ ବିଶ୍ୱନାଥ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ପିକେ ଦଣ୍ଡସେନା, ହସ୍ପିଟାଲ ମେନେଜର ଦେବସ୍ମିତା ପ୍ରିୟଦର୍ଶିନୀ , ଜିଲ୍ଲା ହିସାବ ରକ୍ଷକ ସରୋଜ ପଣ୍ଡା , ଗ୍ରାମ କଲ୍ୟାଣ ସମିତି ପରିଚାଳକ ହିତେଶ ତ୍ରିପାଠୀ , ଡିଡିଏମ ପ୍ରଦୀପ ସାହୁ , ଡି ଇ ଓ ନାରାୟଣ ରଥ ଏବଂ ସ୍ଵଚ୍ଛ ଭାରତ ସଂଗଠନର ଉପଦେଷ୍ଟା ସୟଦ୍ ଅଲିମୁଲ ଇସଲାମ,ଗରୀବ ଲୋଇ, ପ୍ରଦୀପ ପୁରୋହିତ, ସକ୍ରିୟ ସଭ୍ୟ ତରଣି ମେହେର, ରାମ ଚନ୍ଦ୍ର ଅଗ୍ରୱାଲା, , ମନୋଜ ପଣ୍ଡା , ଦିଲୀପ ଭୂକ୍ତା , ଇନ୍ଦୁମତି ପୁରୋହିତ,ଗୋକୁଳ ଠାକୁର , ତ୍ରିଲୋଚନ ତରିଆ, ନାରାୟଣ ରଥ , ସୁଶିଲ ପର୍ଡିଆ, କାନ୍ହୁ ସାହୁ ପ୍ରମୁଖ ଯୋଗ ଦେଇ ହସ୍ପିଟାଲ୍ ପରିସର ରେ ସଫେଇ କରିବା ସହ ଡାକ୍ତରଖାନା ପରିସରକୁ କିପରି ପରିସ୍କାର ପରିଛନ୍ନ ରଖାଯାଇପାରିବ ସେ ବିଷୟରେ ରୋଗୀ ତଥା ରୋଗୀ ସମ୍ପର୍କୀୟ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଏକ ସଚେତନତା ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମକୁ ସ୍ଵଚ୍ଛ ଭାରତ ସଂଗଠନର କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ ଓ ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଂଯୋଜନା କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.