ସୁବର୍ଣ୍ଣପୁର ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ।

0 235

ସୁବର୍ଣ୍ଣପୁର,୦୭/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡର ଚାରୋଟି ରେଞ୍ଜରେ ପକ୍ଷୀ ଗଣନା ୫ତାରିଖ ଠାରୁ ଆରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ରେଞ୍ଜ, ବିନିକା ରେଞ୍ଜ, ଉଲୁଣ୍ଡା ରେଞ୍ଜ, ବୀରମହାରାଜପୁର ରେଞ୍ଜର ବିଭିନ୍ନ ପୋଖରୀ, ନାଳ,ମହାନଦୀ ଅବବାହିକା ସହ ଜଙ୍ଗଳ ଅଞ୍ଚଳରେ ବନଖଣ୍ଡ ତରଫରୁ ସ୍କୋଆଡ ଗଠନ କରି ବାହାର ଦେଶବିଦେଶରୁ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କାର୍ଯ୍ୟ ସୂଚନା ମିଳିଛି । ଜିଲ୍ଲା ବନଖଣ୍ଡ ପକ୍ଷରୁ ୪୫ଗୋଟି ବିଟ ଅଛି । ସୋନପୁର ରେଞ୍ଜ ରେ ୧୭ଗୋଟି, ବିନିକା ରେଞ୍ଜ ରେ ୮ଗୋଟି, ଉଲୁଣ୍ଡା ରେଞ୍ଜ ରେ ୧୧ଗୋଟି, ବୀରମହାରାଜପୁର ରେଞ୍ଜ ରେ ୯ଗୋଟି ବିଟ ଅଛି। ସେଗୁଡିକରୁ ଆସନ୍ତା ୧୩ତାରିଖ ଦିନ ଆମ ଜିଲ୍ଲାକୁ କେତେ ଦେଶବିଦେଶର ପକ୍ଷୀ ଆସିଛନ୍ତି ଜଣାପଡିବ । ଗତ ବର୍ଷରେ ୩୫୪୬୦ ସଂଖ୍ୟକ ଦେଶବିଦେଶର ପକ୍ଷୀ ଆସିଥିଲେ। ଏଥିରେ ସୋନପୁର ରେଞ୍ଜର ମନୋରଞ୍ଜନ ବାଘ ଓ ବୀରମହାରାଜପୁର ରେଞ୍ଜର ଅବିନାଶ ବରିହାଙ୍କ ତତ୍ତ୍ଵବଧାନରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ଅଛି। ବନଖଣ୍ଡର କର୍ମଚାରୀ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.