ସୁବର୍ଣ୍ଣପୁରରେ ବିଶ୍ୱ ଆଦିବାସୀ ଦିବସ ପାଳିତ ।

0 15

ସୁବର୍ଣ୍ଣପୁର ,୦୯/୦୮(ପିପିଟି) : ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ଏ ଅବସରରେ ପ୍ରଥମେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମଁl ସୁରେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଦିବାସୀଙ୍କ ଅସ୍ତ୍ରଶସ୍ତ୍ର ଧରି ପାରମ୍ପାରିକ ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଶୋଭା ଯାତ୍ରାରେ ବାହାରି ନୂତନ ଟାଉନ ହଲ ସୁବର୍ଣ୍ଣପୁରକୁ ଆସିଥିଲେ l ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀଯୁକ୍ତ ଯୋଗୀନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ଵୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ. ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ସାଂସଦ ଙ୍କ ପ୍ରତିନିଧି ରାଧାକାନ୍ତ ମହାକୁର,ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁରର କାର୍ଯ୍ୟକାରୀ ସଭାପତି ଗୁପ୍ତେଶ୍ୱର ମଲ୍ଲିକ, ସାଧବ ଭୁଏ, ସଭାପତି, ଆଦିବାସୀ କଲ୍ୟାଣ ସଂଘ ସୋନପୁର ବ୍ଲକ, ନନ୍ଦନ ବାରିକ, ସଭାପତି, ଆଦିବାସୀ କଲ୍ୟାଣ ସଂଘ ଉଲୁଣ୍ଡା ବ୍ଲକ, ଯୋଗୀନ୍ଦ୍ର ମିର୍ଦ୍ଧା, ସଭାପତି, ଆଦିବାସୀ କଲ୍ୟାଣ ସଙ୍ଘ, ଵୀରମହାରାଜପୁର ବ୍ଲକ, ଭଲଭଦ୍ର କଅଁର, ସଭାପତି, ତରଭା ବ୍ଲକ, ବିରଞ୍ଚି କଅଁର, ସଭାପତି, ଆଦିବାସୀ କଲ୍ୟାଣ ସଂଘ, ବିନିକା ବ୍ଲକ, ଶୁରେଷ କୁମାର ଭୋଇ, ସଭାପତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଡୁଙ୍ଗୁରିପାଲି ବ୍ଲକ, କରଂଜିତ ଭୋଇ, ସଭାପତି, ଆଦିବାସୀ କଲ୍ୟାଣ ସଂଘ,ଏନଏସି ବିନିକା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଶ୍ୱ ଆଦିବାସୀ ଦିବସ ଉପରେ ଆଲୋଚନା କରିଥିଲେ ଏବଂ ଏହି ଦିବସକୁ ସରକାରୀ ଛୁଟି ଘୋଷଣା କରିବା ପାଇଁ ଦାବି ଜଣାଇଥିଲେ l ଆଦିବାସୀ ମାନଙ୍କର ହକ ଅଧିକାରକୁ ହାତେଇବାକୁ ହେଲେ ଆମେ ସଂଗଠିତ ହେବାକୁ ହେବବୋଲି ଆଲୋଚନା ହୋଇଥିଲା l ଏଥିରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ବୁଢାଦେଓ ନୃତ୍ୟ ଗ୍ରୁପ, କୁଞ୍ଜlପାଲି, ଵୀରମହାରାଜପୁର, ତରଭା ବ୍ଲକର ସାଧବ କଅଁର ଓ ସାଥି, ଉଲୁଣ୍ଡା ବ୍ଲକର ସିଂହପାଲି ସାସ୍କୃତିକ ଦଳ ଓ ଗୋବିନ୍ଦପୁର ସଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ l ଏଥିରେ ସମସ୍ତ ସାଂସ୍କୃତିକ ଦଳ ମାନଙ୍କୁ ସଂଘ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ରୋହିତ କହଁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ମକୁନ୍ଦ ଧରୁଆ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଲମ୍ବୋଦର ଧରୁଆ l ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଆଦିବାସୀ ମାନେ ସାମିଲ ହୋଇଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.