ସୁକିନ୍ଦା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ; ସେବା ଓ ସଂକଳ୍ପର ବାର୍ତ୍ତାକୁ ଗୁରୁତ୍ୱ ।

0 529

ଯାଜପୁର,୨୬/୧୨(ପିପିଟି): ଦାନଗଦି ବ୍ଲକ ଓସ୍ତପାଳ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଶନିବାର କୋଭିଡ କଟକଣା ସହିତ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଷ୍ଠା ଦିବସର ଶୁଭ ଉଦ୍ଦଘାଟନ କରି ରାଜ୍ୟରେ ବିଜେଡିର ଜୟଯାତ୍ରା ନବୀନ ସରକାରଙ୍କ ପ୍ରତି ଅକୁଣ୍ଠ ଶ୍ରଦ୍ଧା ଓ ଭଲପାଇବାକୁ ପ୍ରତିପାଦିତ କରିବା ପାଇଁ ସମବେତ ବିଜୁ ପ୍ରେମୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀ ମାନେ ସମାବେଶରେ ଯୋଗଦେଇ ପ୍ରତିଷ୍ଠା ଦିବସର ଚିନ୍ତନରେ ଅତିଥି ମାନଙ୍କ ଠାରୁ ସୁକିନ୍ଦା ବିକାଶର ଜୟଯାତ୍ରାରେ ବିଜେଡିର ସଫଳ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ସମାବେଶରେ ବିଭିନ୍ନ ପଞ୍ଚାୟତର ଦଳୀୟ ସରପଞ୍ଚ ଓ ସସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବସରେ ବିଧାୟକ ପ୍ରୀତିରଞ୍ଜନ ଘଡେଇ ବିଜେଡିର ଲୋକ ସେବା ଓ ସଂକଳ୍ପକୁ ଗୁରୁତ୍ୱ ଦିଆଯାଉଥିବା ନିଜ ବକ୍ତବ୍ୟରେ ଗୁରୁତ୍ୱ ଦେବା ସହିତ ବିଜୁ ଜନତା ଦଳ ଦଳୀୟ ମୁଖ୍ୟଙ୍କୁ ପ୍ରାଧାନ୍ୟ ଦେଇ ଜନମାନସରେ ଆସ୍ଥା ଭାଜନ ହେଉଥିବା ପ୍ରକଟ କରି ଶୃଙ୍ଖଳିତ ଦଳର ଲୋକାଭିମୁଖୀ କାର୍ୟ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.