ସିସିଟିଏନଏସ ରେଟିଙ୍ଗ ରେ ସାରା ଓଡିଶାରେ ଦ୍ୱିତୀୟ ସ୍ଥାନରେ କୋଦଳା ଥାନା ।

0 289

କୋଦଳା,୨୭/୧୨(ପିପିଟି):ସିସିଟିଏନଏସ, ନାଗରିକ ଅଧିକାର ଏବଂ ପ୍ରଗତି ଦାସ ବୋର୍ଡ ପକ୍ଷରୁ ସର୍ଭେ ଅନୁସାରେ ସାରା ଓଡ଼ିଶାର ୬୪୬ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମସ୍ତ ୬୪୬ ପୋଲିସ ଷ୍ଟେସନ ମଧ୍ୟରୁ ଆସ୍କା ପୋଲିସ ଷ୍ଟେସନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି କୋଦଳା ଥାନା । କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ କର୍ତ୍ତବ୍ୟନିଷ୍ଠ ମନୋଭାବ ତଥା ଥାନା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ଏହି ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି କୋଦଳା ଥାନା । ଏ ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଖୁସି ବ୍ୟକ୍ତ କରିବା ସହ କୋଦଳା ଥାନାର ଆଇଆଇସି ସମେତ ସମସ୍ତ କର୍ମଚାରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ଆଇଆଇସି ଉମାକାନ୍ତ ସାହୁ ନୂତନ ଭାବେ ଥାନାର କାର୍ଯ୍ୟାଭାର ନେବା ପରେ କୋଦଳା ଥାନା ଅଞ୍ଚଳରେ ଅପରାଧ କମିଥିବା ବେଳେ ସିଧା ସଳଖ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଥିବା ଦେଖାଯାଇଛି । ଥାନାର ମଧ୍ୟ ଅଦ୍ଭୁତ ପରିବର୍ତନ ଘଟିଛି ।ଥାନାର ସୌନ୍ଦର୍ଯ୍ୟ କରଣ ମଧ୍ୟ ଆକର୍ଷଣୀୟ ହୋଇପାରିଛ । ଏ ଖୁସି ଖବର ପାଇବା ପରେ ଆଇଆଇସି ଥାନାର ସମସ୍ତ କର୍ମଚାରୀ ମାନଙ୍କୁ ନିଜର କର୍ତ୍ତବ୍ୟ ନିଷ୍ଠ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.