ଜଗତସିଂହପୁର, ୧୪/୦୯(ପିପିଟି); ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦ୍ଵାରା ଜୀଵିକା,ସ୍ଵାସ୍ଥ୍ଯ,ଶିକ୍ଷା,ନ୍ଯାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ଦାଵି ଓ ମହାସଂକଟଗ୍ରସ୍ଥ ଅର୍ଥନୀତି ସମ୍ପର୍କରେ ଭୁଲ ଓ ମିଥ୍ଯା ତଥ୍ଯ ଦେଇ ସମଗ୍ର ଦେଶଵାସୀଙ୍କୁ ଵିଭ୍ରାନ୍ତ କରି ଜାତୀୟ ଅର୍ଥନୈତିକ ମହାସଂକଟ ପାଇଁ ଦାୟୀ ବର୍ତ୍ତମାନର ସରକାରର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୧୪ ସେପ୍ଟେମ୍ବର ରାଷ୍ଟ୍ରଵ୍ଯାପୀ ପ୍ରତିବାଦ ଦିବସର ଡାକରା ଦିଆଯାଇଥିଲା । ଏହାକୁ ସମର୍ଥନ ଜଣାଇ ଏଆଇଓ୍ବାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହକ ରୋଜାଲିନ୍ ଦାଶ, ଅଖିଳ ଭାରତୀୟ କୃଷକ ସଭା ଜଗତସିଂହପୁର ଜୋନାଲ କମିଟି ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ,ଉତ୍କଳ ମହିଳା ସମିତିର ଫୁଲ ଦାସ ଓ ସଦସ୍ଯାବୃନ୍ଦ, ଅଖିଳ ଭାରତୀୟ କ୍ଷେତ ମଜଦୁର ସଭା ର ସଦସ୍ୟ ଅରୁଣ ଆଚାର୍ଯ୍ୟ, ବାବାଜୀ ଭୋଈ , ଏଆଇଟିୟୁସି ର ସଦସ୍ଯ ଉମାକାନ୍ତ ସ୍ଵାଇଁ , ଏଆଇଏସ୍ଏଫ୍ ର ଲକ୍ଷ୍ମୀ ପ୍ରିୟା ଭୋଈଙ୍କ ସହ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଉଗାଳପୁର-ପୁରେହିତପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ । ଏହି ସଭାରେ ଏଆଇଓ୍ବାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରଚାର ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ନେଇ ଉଦାହରଣ ଦ୍ଵାରା ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)