ସିପିଆଇ ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଠାରେ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ।

0 574

ବ୍ରହ୍ମପୁର, ତା୧୪/୦୯(ପିପିଟି); ଦେଶରେ କରୋନା ମହାମାରୀ ଚାଲିଥିବା ବେଳେ ଆଜି ସଂସଦ ଅଧିବେଶନରେ ଆରମ୍ଭ ହୋଇଛି । ସଂସଦରେ ବିରୋଧୀ ଦଳଙ୍କ ପକ୍ଷରୁ ସରକାରଙ୍କୁ କୌଣସି ପ୍ରକାର ପ୍ରଶ୍ନ ପଚାରିବା ପାଇଁ ନିଷିଦ୍ଧ କରାଯାଇ ଗଣତନ୍ତ୍ରର ହତ୍ୟା କରାଯାଇଛି । ଏହି ପରିପ୍ରେକ୍ଷୀରେ ମୋଦି ସରକାରଙ୍କର ଜନ ବିରୋଧୀ ନୀତି ବିରୋଧରେ ସିପିଆଇ ପକ୍ଷରୁ ସର୍ବ ଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି । ଦେଶର ସମସ୍ତଙ୍କପାଇଁ ଜୀବନ ଜୀଵିକା,ସ୍ଵାସ୍ଥ୍ଯ,ଶିକ୍ଷା,ନ୍ଯାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ଦାଵି ନେଇ ଦେଶଵ୍ଯାପୀ ଦାଵି ଦିଵସ ଭାଵେ ପାଳନ କରାଯାଇଛି । ମୋଦି- ଶାହାଙ୍କ ନେତୃତ୍ବାଧିନ ସଂଘପରିଵାରର ଏକ ଛତ୍ରବାଦୀ ବିଜେପି ସରକାର ଦେଶର ଅର୍ଥନୀତିକୁ ଧ୍ବସ୍ତ ବିଧ୍ବସ୍ତ କରି ସର୍ବଗ୍ରାସୀ ମହାସଙ୍କଟ ସୃଷ୍ଟି କରିଛି । ଏ ସଂପର୍କରେ ଦେଶର ଜନତାଙ୍କୁ ଅବଗତ ଓ ସଚେତନ କରିବାକୁ ଲୋକଙ୍କ ନିକଟରେ ପହଞ୍ଚିଵା ପାଇଁ ସିପିଆଇର ଏହା ପ୍ରଚେଷ୍ଟା ।ମୋଦି ସରକାରଙ୍କ ସର୍ଵନାସୀ ନୀତି ଵେରୋଜଗାରୀ, ଦାରିଦ୍ର୍ଯ ଵୃଦ୍ଧି ଆକଶ ଛୁଆଁ ହୋଇଛି । ଲୋକଙ୍କ କ୍ରୟ ଶକ୍ତି ହ୍ରାସ ସହ ଜୀଵନ, ଜୀଵିକା ଓ ଜୀଵନଧାରଣକୁ ଦୁର୍ଵିସହ କରାଇଛି। ସେଥିପାଇଁ ଦେଶର ମହାସଙ୍କଟଗ୍ରସ୍ତ ଅର୍ଥନୀତି ସମ୍ପର୍କରେ ଭୁଲ ଓ ମିଥ୍ଯା ତଥ୍ଯ ଦେଇ ସମଗ୍ର ଦେଶଵାସୀଙ୍କୁ ଵିଭ୍ରାନ୍ତ କରିଚାଲିଛି। ଜାତୀୟ ଅର୍ଥନୈତିକ ମହା ସଙ୍କଟ ପାଇଁ ଅର୍ଥମନ୍ତ୍ରୀ ଇସ୍ତଫାଦେଵା ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଏହି ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ବ୍ରହ୍ମପୁର ମୁଖ୍ୟ ଡାକ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ଯ ପ୍ରଶାନ୍ତ ପାଟ୍ଟଯୋଶୀ,ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର,ସହ ସମ୍ପାଦକ ନୀଳକଣ୍ଠ ଦାଶ,ଯୁବ ସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ,କାମଦେବ ନାହାକ,କେଶବ ନାହାକ,ରୋହିତ ବିଷୋୟୀ,ବୈରାଗୀ ରେଡ୍ଡି,ଗୁରୁ ନାଥ ପ୍ରଧାନ,କୈଳାଶ ଦାସ,ଦଣ୍ଡପାଣି ପାତ୍ର,କବିରାଜ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ ।

Leave A Reply

Your email address will not be published.