ଭଞ୍ଜନଗର,୦୩/୦୨(ପିପିଟି) : ଭଞ୍ଜନଗର ଥାନା ଅନ୍ତର୍ଗତ ମାଲ ସାହିରେ ଆଜି ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସୋରଡ଼ା ଅଞ୍ଚଳ କେଶରା ଗ୍ରାମର ଜ୍ୟୋତି ସେଠୀ(୨୧) ଭଞ୍ଜନଗର ସିଟି ଟ୍ରେନିଂ ସ୍କୁଲର ୨ୟ ବର୍ଷର ଛାତ୍ରୀ ଥିଲେ।ସେ ଏଠାରେ ଅନ୍ୟ ୨ଜଣ ସହପାଠୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ।ଆଜି ସକାଳେ ଅନ୍ୟ ୨ଛାତ୍ରୀ ସ୍କୁଲକୁ ଯାଇଥିବା ବେଳେ ଜ୍ୟୋତି ଭଲ ଲାଗୁନି କହି ଘରେ ଏକାକୀ ଥିଲେ।କୌଣସି କାରଣକୁ ନେଇ ସେ ନିଜ ଓଢଣୀ କୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ।ପାଖରେ ରହୁଥିବା ଅନ୍ୟଜଣେ ସାଙ୍ଗ କୌଣସି କାମରେ ଜ୍ୟୋତିଙ୍କ ଘରକୁ ଆସି ଏହି ଦୃଶ୍ୟ ଦେଖିବା ପରେ ଅନ୍ୟମାନଙ୍କୁ ଖବର ଦେଇଥିଲେ।ସୁଧାଂଶୁ ସେଠୀଙ୍କ ଠାରୁ ନିଜ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ପାଇ ଭଞ୍ଜନଗର ଏସଡ଼ିପିଓ ସୁଜିତ କୁମାର ନାୟକ, ଆଇଆଇସି କୁମର ମୁଦୁଲି ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠାଇଛନ୍ତି।ଆତ୍ମହତ୍ୟା ର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ମଧ୍ୟ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)