ସାହିତ୍ୟାନୁଷ୍ଠାନ ପକ୍ଷରୁ ଚାରାରୋପଣ।

0 230

ବୋଲଗଡ଼ ,୧୩/୦୮(ପିପିଟି)ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଶ୍ମଶାନ ପଡ଼ିଆରେ ଅଁଳା ,ବାହାଡ଼ା ,କରଞ୍ଜ , କାଞ୍ଚନ,କୃଷ୍ଣଚୁଡା ଓ ରାଧାଚୁଡା ଆଦି ବିଭିନ୍ନ ପ୍ରଜାତିର ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ପୂର୍ବତନ ତହସିଲଦାର ସୁଧାକର ସାମନ୍ତରାୟ , ସଭାପତି ରାଜକିଶୋର ପାଣିଗ୍ରାହୀ, ଉପସଭାପତି ପତିତପାବନ ବଳବନ୍ତରାୟ ,ସମ୍ପାଦକ ଦିବାକର ସାହୁ , ସହସମ୍ପାଦକ ମନୋଜ ମହାପାତ୍ର , କୋଷାଧ୍ୟକ୍ଷ ଦିଲୀପକୁମାର ସାହୁ , ସାମ୍ବାଦିକ ବିବେକାନନ୍ଦ ମିଶ୍ର, ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ, ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ, ସଭ୍ୟ ଓଁମ ପ୍ରକାଶ ବାହୁବଳେନ୍ଦ୍ର ,ଜଗଦୀଶ ଚନ୍ଦ୍ର ପାତ୍ର ,ଦୀନବନ୍ଧୁ ଦାସ ,ଭାଗିରଥି ପରିଡା, ଯୋଗେଶ୍ୱର ପଣ୍ଡା ,ପଣ୍ଡିତ ବିନୋଦ ଦାସ ଓ ବିଜୟକୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.