ରାୟଗଡା,୨୫/୦୬(ପିପିଟି); ଆଜି ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଗୁଣୁପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାହାରା ପରିବାର ପରାମର୍ଶ କେନ୍ଦ୍ରରେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ସଚିବ ଏସ.କେ.କୁତବୁଦ୍ଧିନ ଏବଂ ରାୟଗଡା ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରଭାତୀ ଝୋଡ଼ିଆଙ୍କ ଦ୍ୱାରା ଯୁଗ୍ମ ଭାବେ ପ୍ରକୃତପକ୍ଷେ ସତ୍ୟକୁ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଉଭୟେ ଏହି କେନ୍ଦ୍ର ଦ୍ୱାରା ପାରିବାରିକ ତଥା ପାରିବାରିକ ହିଂସା ସମ୍ୱନ୍ଧୀୟ ମାମଲାର ସମୀକ୍ଷା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରରେ ୨୦୦୦ ପାରିବାରିକ ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୫୦୦ରୁ ଉର୍ଦ୍ଧ୍ବ ମାମଲାର ଫଇସଲା ହୋଇଥିବା ତଥା କୋର୍ଟ,କଚେରୀ,ଥାନା ଓ ଓକିଲଙ୍କ ଦ୍ୱାରସ୍ତ ନହୋଇ ପାରିବାରିକ ମାମଲାର ଫଇସଲା ହେଉଥିବାରୁ ଯୁଗ୍ମ ସମୀକ୍ଷାରେ ଉଭୟେ ସନ୍ତୋଷ ପ୍ରକାଶ କରିଥିଲେ।ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଭାତୀ ଝୋଡ଼ିଆ ଏହି ଅନୁଷ୍ଠାନକୁ ନିହାତି ଭାବେ ଗସ୍ତ ଖର୍ଚ୍ଚ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ପରିଚୟପତ୍ର କୋଭିଡ ପାଇଁ ସୁପାରିଶ କରିବା ସହ ତୁରନ୍ତ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ସମୀକ୍ଷା ସମୟରେ କେନ୍ଦ୍ରର ସଚିବ ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର ଏବଂ ଗୌରୀ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )