ସାର ଅଭାବୀ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ ।

0 970

ଭଞ୍ଜନଗର,୦୨/୦୯(ପିପିଟି); ବର୍ତ୍ତମାନ ସମୟରେ ଚାଷୀମନଙ୍କୁ ସାର ର ଆବଶ୍ୟକତା ଥିବା ବେଳେ ସାର ର ଅଭାବୀ ବିକ୍ରିକୁ ନେଇ ଦିନ କୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାରିଆଡେ ଆବଶ୍ୟକ ପରିମାଣର ସାର ନପାଇ ହଜାର ହଜାର ହେକ୍ଟର ଫସଲ ନଷ୍ଟ ହେବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ କୋକଳବା ଓ ତାରସିଙ୍ଗି ପଞ୍ଚାୟତର ଚାଷୀ ମାନେ ସମବାୟ ସମିତି ରେ ସାର ନପାଇ ହଇରାଣ ହେଉଥିବା ବେଳେ ଫସଲ ଉଜୁଡିବା ଆଶଙ୍କାରେ ଆଜି ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦାବିପତ୍ର ପ୍ରଦାନ କରି ନିଜର ସମସ୍ୟା ଜାଣଇଛନ୍ତି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.