ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମା ୭୨ ବର୍ଷ ବୟସରେ ପରଲୋକ ।

0 1,102

ସାନଖେମୁଣ୍ଡି, ୦୯/୦୯(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ମାତା ଅପସରି ଜେନାଙ୍କ ଆଜି ସକାଳେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ବ୍ରହ୍ମପୁର ସ୍ଥିତ ବିଲସାହିର ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ ପାଇଁ ପୂର୍ବରୁ କୋର୍ଟ ଦୀର୍ଘ ବର୍ଷ ଧରି କଟକଣା ଜାରି ରଖିଥିବା ବେଳେ କୋର୍ଟଙ୍କ ବିନା ଅନୁମତିରେ ସେ ସହର ପ୍ରବେଶ କରି ପାରିନଥିଲେ । ଏହାକୁ ଆଧାର କରି ତାଙ୍କ ଓକିଲ କିଶୋର ବିଶୋଇ, ନିର୍ମଳ ସାହୁ ଏବଂ ସରୋଜ ଗୌଡ଼ ଜିଲ୍ଲା କୋର୍ଟରୁ ଅନୁମତି ଆଣିବା ପରେ ବିଧାୟକ ଶ୍ରୀ ଜେନା ବ୍ରହ୍ମପୁର ସହରସ୍ଥିତ ବିଲସାହି ନିଜ ବାସଭବନରେ ପହଞ୍ଚିଥିଲେ । ଏହାପରେ ବହୁ ଦଳୀୟ ନେତା ଓ କଂଗ୍ରେସ କର୍ମୀମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶ୍ରୀ ଜେନା ମାତାଙ୍କୁ ହରାଇ ସମ୍ପୁର୍ଣ୍ଣ ଭାବେ ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.