ସାନଖେମୁଣ୍ଡି,୧୦/୦୯(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନପ୍ରିୟ ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ଓ ମୋ ପରିବାର କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ସୁଚାରୁ ରୂପେ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ୍ଯ ଗୋବିନ୍ଦ ସ୍ୱାଇଁ,ବ୍ଲକ ସମ୍ପାଦକ ଅମିନ ପ୍ରଧାନ, ଛାତ୍ର ସଭାପତି କାଳୁ ନାହାକଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ବିଜେଡିର ତୁଙ୍ଗ ନେତା ନରେନ୍ଦ୍ର ସ୍ୱାଇଁ ପୂର୍ବତନ ଜିଲ୍ଲା ସମ୍ପାଦକ ହରିକୃଷ୍ଣ ପ୍ରଧାନ,ଉସ୍ତା ଜଗନ୍ନାଥ ପୁର ଗ୍ରାମର ଯୁବ ସ୍ବେଚ୍ଛାସେବୀ ଆଳୟ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଦଗତି ପାଇଁ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା । ପରେ ପ୍ରମୁଖ ନିଷ୍ପତ୍ତି କ୍ରମେ ସାନଖେମୁଣ୍ଡିରେ ଚଳିତ ମାସରେ ୪ ଗୋଟି ରକ୍ତ ଦାନ ଶିବିର ଅନୁଷ୍ଠିତ କରିବାକୁ ନିଷ୍ପତି କରାଯାଇଥିଲା । ସମସ୍ତ ବିଜେଡି କର୍ମୀଙ୍କ ଉପସ୍ଥିତିରେ ମୋ ପରିବାର କାର୍ଯ୍ୟକ୍ରମକୁ ସଂଯୋଜନା କରି ପ୍ରତି ପରିବାରକୁ ଚାରା ବଣ୍ଟନ ଓ ବୃକ୍ଷ ରୋପଣ ପାଇଁ ନିଷ୍ପତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାରେ କିଭଳି ଭାବେ ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । କରୋନା ମହାମାରୀ କବଳରୁ ସମସ୍ତ ଜନ ସାଧାରଣ କିଭଳି ଭାବେ ସୁରକ୍ଷିତ ରହିବେ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । ବିଶେଷ କରି ରୋଗର ନିରାକରଣ ପାଇଁ ନିୟମିତ ମାସ୍କ ବ୍ୟବହାର,ହାତ କୁ ସବୁବେଳେ ସନିଟାଇଜର କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା,ସରକାରଙ୍କ ପ୍ରତ୍ୟକ ନିୟମ ପାଳନ କରିବା ଏଭଳି ପ୍ରତ୍ୟକ ନିୟମ ବିଷୟରେ ଆଲୋଚନା କରାଯାଇଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଯଥା ସଞ୍ଜୟ ରାଉତ,ଶ୍ରୀକାନ୍ତ ସ୍ୱାଇଁ,ସମିତି ସଭ୍ୟ ଏ.ଜଗନ୍ନାଥ ପାତ୍ର, ନାୟବ ସରପଞ୍ଚ ସୁକାନ୍ତ ବାଡ଼ତ୍ୟା,କୈଳାସ ପାତ୍ର, ନିଳାଞ୍ଚଳ ପ୍ରଧାନ,ବିଜେଡି ଯୁବ ନେତା ଧୀରେନ ରଣା,ବିଜୁ ଯୁବବହିନୀ ସମ୍ପାଦକ ଗୌରୀ ଶଙ୍କର ତ୍ରିପାଠି,ପିଣ୍ଟୁ ସ୍ୱାଇଁଙ୍କ ସମେତ ବହୁ ମନ୍ୟଗଣ ବ୍ୟକ୍ତି ଆଲୋଚନାରେ ଭାଗ ନେଇଥିଲେ । ରିପୋର୍ଟ – ଆରତ କୁମାର ହୋତା ।