ସାନକୋଦଣ୍ଡା ରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଶିବିର ।

0 246

ଭଞ୍ଜନଗର,୦୧/୧୨(ପିପିଟି): ଭଞ୍ଜନଗର ବ୍ଳକ ପ୍ରଶାସନ ପକ୍ଷରୁ ସାନକୋଦଣ୍ଡା ପଞ୍ଚାୟତ ରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ନିଯୁକ୍ତି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଏକ ନିଯୁକ୍ତି ଭିର୍ତିକ କାଯ୍ୟକ୍ରମ ହୋଇଥିବା ବେଳେ ଯୁବ ଗୋଷ୍ଠୀ ମାନେ ଏଥିରେ ନାମ ପଞ୍ଜିକରଣ କରିବା ପରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଶିବିରରେ ସ୍ଥାନୀୟ ଅଞ୍ଚଳର ୪ଗୋଟି ପଞ୍ଚାୟତ ରୁ ୪୮ ଜଣ ବେକାର ଯୁବକ ଯୁବତୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ୧୮ ରୁ ୩୫ ବର୍ଷର ଯୁବକ ଯୁବତୀଙ୍କ ଲାଗି ଏହି ଯୋଜନା ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଛି।
ଏଥିରେ ଯୁବ ଗୋଷ୍ଠୀ ମାନେ ଆଗେଇ ଆସି ତାଲିମ ନେବାକୁ ବ୍ଳକ ପ୍ରଶାସନ ପକ୍ଷରୁ ଆହ୍ଵାନ ଦିଆଯାଇଛି। ବ୍ଲକ ବିପିଏମ ବନମାଳୀ ସାହୁ ଉପସ୍ଥିତ ରହି ପଞ୍ଜିକରଣ ରେ ସହଯୋଗ କରିଥିଲେ।
ଏହି ଶିବିରରେ ୪ଗୋଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ରହି ପରାମର୍ଶ ଦେବା ସହ ପଞ୍ଜିକରଣ କରାଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.