ସାତଟି ଟିଫିନ ବୋମା ଉଦ୍ଧାର କଲା ବିଏସଏଫ ଯବାନ,ମାଓ ଯୋଜନା ପଣ୍ଡ,ବୋମା ହେଲା ନିଷ୍କ୍ରୀୟ ।

0 240

ମାଲକାନଗିରି,୨୪/୦୧(ପିପିଟି): ସାଧାରଣତନ୍ତ୍ର ଦିବସ ପୂର୍ବରୁ ରଚା ଯାଇଥିବା ମାଓ ଯୋଜନାକୁ ପଣ୍ଡ କଲା ସୀମା ସୁରକ୍ଷା ବାହିନୀର ଯବାନମାନେ । ୭ ଗୋଟି ଟିଫନ ବୋମାକୁ ଅତି ସତର୍କତା ସହ ଉଦ୍ଧାର କରା ଯାଇ ନିଷ୍କ୍ରୀୟ କରାଯାଇଛି ।ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ତୋଟାଗୁଡ଼ାରେ ମିଳିତ ଅପରେସନ ବେଳେ ସୁରକ୍ଷା ବାହିନୀ ଅନୁସନ୍ଧାନ କରି ବୋମାଗୁଡିକୁ ଠାବ କରିଥିଲା। ଏକ ପଥରଗଦା ତଳେ ୭ଟି ବୋମା ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ମାଓବାଦୀ ମାନେ ଲୁଚାଇ ରଖିଥିଲେ । ଏହି ସମସ୍ତ ବିସ୍ଫୋରକ ସାମଗ୍ରୀ ଗୁଡ଼ିକୁ ନଷ୍ଟ କରିଛି ସୀମା ସୁରକ୍ଷା ବଳ । ସୀମା ସୁରକ୍ଷା ବଳ ସାଧରଣତନ୍ତ୍ର ଦିବସ ପୂର୍ବରୁ ଏହି ସଫଳତା ହାସଲ କରି ମାଓବାଦୀଙ୍କ କୌଣସି ବଡ ଯୋଜନାକୁ ପଣ୍ଡ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ ବିଏସଏଫ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଆଜି ଏକ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହାପରେ ସଦାରାମ ସନ୍ନ୍ୟାସୀଗୁଡ଼ା ଓ ତୋଟାଗୁଡା ମଧ୍ୟରେ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଏକ ୫ କେଜି ଷ୍ଟିଲ୍‌ ଟିଫିନ୍‌ ବୋମା, ୪ଟି ୨କେଜି ଷ୍ଟିଲ ଟିଫିନ୍ ବୋମା, ଏକ କେଜିର ପିତ୍ତଳ ବୋମା, ଗୋଟିଏ ୫୦୦ ଗ୍ରାମର ପିତ୍ତଳ ବୋମା ୫୦୦ ଗ୍ରାମ୍ ବିସ୍ଫୋରକ ପାଉଡର, ଗୋଟିଏ ଗ୍ୟାସ୍ ୱେଲ୍ଡିଂ ଗ୍ଲୋବ୍‌, ୪ ହଳ ଜୋତା, ସମେତ ଅନାନ୍ୟ ସାମଗ୍ରୀ ଜବତ କରିଥିଲେ । ଏହାପରେ ବୋମା ନିଷ୍କ୍ରିୟକାରୀ ଦଳର ସହାୟତାରେ ୭ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି । ସୀମା ସୁରକ୍ଷା ବଳ ସାଧରଣତନ୍ତ୍ର ଦିବସ ପୂର୍ବରୁ ଏହି ସଫଳତା ହାସଲ କରି ମାଓବାଦୀଙ୍କ କୌଣସି ବଡ଼ ଯୋଜନାକୁ ପଣ୍ଡ କରିଥିବା ଆଲୋଚନା ହେଉଛି । ସ୍ବାଭିମାନ ଅଞ୍ଚଳରେ କୁମ୍ବିଂ ଅପରେସନ ବେଳେ ଏହି ସଫଳତା ହାସଲ କରିଛି ସୀମା ସୁରକ୍ଷା ବଳ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.