ସାଗରଗୁଁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ।

0 279

ବୋଲଗଡ଼,୨୨/୧୦(ପିପିଟି): କୁନିକୁନି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଭଳି ସୁରଭି ବା ଶିଶୁ ମହୋଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୋଲଗଡ ବ୍ଲକର ସାଗରଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋସ୍କୁଲ ର ସଭାପତି ବୈକୁଣ୍ଠ ନାଥ ଖୁଣ୍ଟିଆଙ୍କ ତତ୍ୱା ବଧାନରେ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୧୧ଟି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ତଥା ଉଚ୍ଚ ବିଦ୍ୟାଳୟର ଦଶଗୋଟି ବିଭାଗ ପାଇଁ ମୋଟ ୧୧୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିଥିମାନେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ କପି ପ୍ରଦାନକରି ପୁରସ୍କୃତ କରିଥିଲେ। ସେଥିମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀ ମାନଙ୍କୁ ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୟନ କରାଯାଇଥିଲା। ଏହି ଶିଶୁ ମହୋଉତ୍ସବ ସୁରଭି କାର୍ଯ୍ୟକ୍ରମକୁ ମୁଖ୍ୟତିଥି ଭାବବେ ସି ଆର ସି ସି ପ୍ରଦିପ୍ତ କୁମାର ବଳବନ୍ତ ରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ପ୍ରଧାନଶିକ୍ଷକ ଗୋପାଳ ଚରଣ ସାହୁ, ଅଂଶୁମାନ ବେହେରା, ସରପଞ୍ଚ ରମାମଣି ଦେଇ ,ସମିତି ସଭ୍ୟ ତୋଫାନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ମୋ ସ୍କୁଲର ସଭାପତି ବୈକୁଣ୍ଠ ନାଥ ଖୁଣ୍ଟିଆ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ। ଏହି ଶିଶୁ ମହୋଉତ୍ସବ ସୁରଭି ପ୍ରତିଯୋଗୀତାରେ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଭିଭିନ୍ନ ବିଭାଗ ତଥା ଡ୍ରଇଁ, ସୃତଲିଖନ, କୁଇଜ, ବିତର୍କ, ପ୍ରବନ୍ଧ ଲିଖନ, ସୃଜନଶୀଳଲିଖନ, ବକ୍ତୃତା, ସଂଗୀତ, ହସ୍ତାକ୍ଷର, ଆଦି ବିଭାଗରେ ଭାଗ ନେଇଥିଲେ । କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ସେହିପରି ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ତାଳତୁମ୍ବରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କ୍ଲଷ୍ଟର -ଦେଉଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.