ଭଞ୍ଜନଗର,୧୫/୦୧(ପିପିଟି): ସ୍ଥାନୀୟ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ୩୪ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥିଙ୍କ ସଭାପତିତ୍ୱ କରିଥିଲେ। ଏହି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମରେ ଯାନବାହାନ ନିରୀକ୍ଷକ ଭାଗିରଥି ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ।କନିଷ୍ଟ ଯାନବାହାନ ନିରୀକ୍ଷକ ନେତ୍ର।ନେତ୍ରାନନ୍ଦ ମିଶ୍ର ଯୋଗ ଦେଇ କାର୍ଯ୍ୟାଳୟ ଦ୍ୱାରା ଗାଡି ଯାଞ୍ଚ ସମ୍ପର୍କରେ କହିଥିଲେ। ଅବୈତନିକ ବନ ତତ୍ୱାବଧାରକ ତଥା ଅନୁଷ୍ଠାନ ର ସଭାପତି ଶୁଳପାଣି ଶତପଥି ସଚେତନତା ବାର୍ତ୍ତା ଦେଇଥିଲେ ।ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ଏବଂ ସଡକ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥି ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ସ୍ୱାଗତ କରିଥିବା ବେଳେ ସଭା ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରବି ନାରାୟଣ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସ୍ୱତନ୍ତ୍ର ସହଯୋଗ କରିବା ସହ ଛାତ୍ରଛାତ୍ରୀ ସତର୍କତା ଅବଲମ୍ବନ ପାଇଁ କହିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )