ସରସ୍ୱତୀ ପୂଜାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

0 146

ଭଞ୍ଜନଗର, ୦୪/୦୨(ପିପିଟି):ଭଞ୍ଜନଗର ମୁଖ୍ୟ ଡାକ ଘର ଠାରେ ମହା ସମାରୋହରେ ବିଦ୍ୟାଦାତ୍ରୀ ମା’ସରସ୍ବତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି।ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ସୋମବାର ସନ୍ଧ୍ୟାରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ୍ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ପୋଷ୍ଟ ଅଫିସର ଏଏସପି ରବି ନାରାୟଣ ବେହେରା,ହେଡ ପୋଷ୍ଟ ମାଷ୍ଟର ଶୁଭ୍ରାଶିଷ୍ ମଣ୍ଡଳ, ସୁମନ୍ ସଙ୍ଗୀତ ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ଥିଲେ। କର୍ମମୟ ଜୀବନରେ ନୃତ୍ୟ ଓ ସଙ୍ଗୀତ ମନୁଷ୍ୟର କ୍ଲାନ୍ତି ମେଣ୍ଟାଇବାରେ ସହାୟକ ହୋଇଥାଏ ବୋଲି ଏସଡ଼ିପିଓ ଶ୍ରୀ ନାୟକ କହିଥିଲେ।ୟୁଡିଏ ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶକ ମାଷ୍ଟର ପିଣ୍ଟୁ ଓ ପ୍ରମୋଦ ସହଯୋଗ କରିଥିଲେ। ୟୁଡିଏ’ର ଜୁନିଅର ଓ ସିନିଅର ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଗୀତରେ ନୃତ୍ୟ ଦେଖି ଦର୍ଶକମାନେ ଝୁମି ଉଠିଥିଲେ।ଏଥିରେ ଶମ୍ଭୁ ପ୍ରସାଦ ତ୍ରିପାଠୀ, ମିହିର ପ୍ରସାଦ ପଟ୍ଟନାୟକ, ବିଜୟ ପଣ୍ଡା, ମକର୍ଧ୍ୱଜ ସୋରେନ୍,ମହେଶ୍ବର ବିଷୋୟୀ,ସୁନା ରାମ ମାରାଣ୍ଡି ଓ ଅନ୍ୟମାନେ ସହଯୋଗ କରିଥିଲେ।ଆଜି ସନ୍ଧ୍ୟାରେ ଡାକ ବିଭାଗ କର୍ମଚାରୀଙ୍କୁ ନେଇ ଏକ ନାଟକ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.