ସରପଞ୍ଚ ଶିବ ଖେମୁଡୁଙ୍କ ଶେଷ କୃତ୍ୟ ସଂପନ୍ନ ।

0 244

ମାଲକାନଗିରି,୨୫/୧୧(ପିପିଟି): ଗତ କାଲି ପାଣ୍ଡ୍ରିପାଣି ଠାରେ ବିବାହ ଉତ୍ସବରେ ବରଯାତ୍ରୀଙ୍କ ଉପରେ ଚାଉଳ ଟ୍ରକ ଚଢି ଯିବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହାତ ହୋଇଥିଲେ । ପାଣ୍ଡ୍ରିପାଣି ସରପଞ୍ଚ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଳେ ଆଜି ନିଜ ଗାଁ ମଶାଣିରେ ଶେଷ କୃତ୍ୟ ସଂପନ୍ନ ହୋଇଛି । ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରପାଣି ଗ୍ରାମରେ ଶିବ ଖେମୁଡୁ ୧୫ ଅଗଷ୍ଟ ୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୦୨ରେ ଜିଲ୍ଲା ପରିରିଦ ସଭ୍ଯ ଭାବେ ବିଜୟ ଲାଭକରିଥିଲେ । ୨୦୧୭ ରେ ପାଣ୍ଡ୍ରିପାଣି ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ । ତାଙ୍କ କାର୍ଯ୍ଯକାଳ ୨୦୨୧ଫେବ୍ରୁଆରୀ ମାସରେ ସମାପ୍ତହୋଇଥାନ୍ତା । ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ । ଆଜି ମାଲକାନଗିରି ଜିଲ୍ଲା ମୁଖ୍ଯ. ହସପିଟାଲରେ ଶବ ବ୍ଯବଛେଦ ପରେ ତାଙ୍କ ନିଜ ଗ୍ରାମ ପାଣ୍ଡ୍ରିପାଣିରେ ମର ଶରୀର ପହଞ୍ଚିଥିଲା ।ତାଙ୍କ ଶବ ଉପରେ ବିଜେଡି ପତାକା ଆବୃତ୍ତ କରାଯାଇ ଥିବା ବେଳେ ଶହ ଶହ ବନ୍ଧୁ ବର୍ଗ ଏବଂ ବିଜେଡି କର୍ମିମାନେ ଶେଷ ଦର୍ଶନ କରିଥିଲେ । ଶେଷରେ ଗାଁ ମଶାଣିରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ଏହି ଶବ ସଂସ୍କାରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମି,ପୂର୍ବତନ ବିଧାୟକ ଡମ୍ବରୁ ଶିଶା,ପୂର୍ଯତନ ବିଧାୟକ ମୁକୁନ୍ଦ ସୋଡି,ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ଗଙ୍ଗାଧର ବୁରୁଦ,ହିଂମାଶୁ ସାମଲ, ପ୍ରମୁଖ ଶହ ଶହ ବିଜେଡି କର୍ମିମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.