ସରପଞ୍ଚ ପ୍ରାର୍ଥିଙ୍କ ମଧ୍ୟରେ ଗଣ୍ଡଗୋଳ ,ଥାନରେ ଏତଲା ।

0 286

ମାଲକାନଗିରି,୨୪/୦୧(ପିପିଟି): ନିର୍ବାଚନ ପୂର୍ବରୁ ଦୁଇ ଆଶାୟୀ ସରପଞ୍ଚଙ୍କ ମଧ୍ଯରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି । ଫଳରେ ପୋଲିସ ପରସ୍ପର ନାମରେ ମାମଲା ରୁଜୁ କରିଛି । ଏ ଦୁହେଁ ହେଲେ ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ସରପଞ୍ଚ ଆଶାୟୀ ପ୍ରାର୍ଥ ବିଜୟ କୁମାର ନାୟକ ଏବଂ ଅନ୍ଯ ପ୍ରତିଦ୍ବନ୍ଦୀ ଗୋପୀ ପାଙ୍ଗି । ଗତ ଶନିବାର ଏଠାରେ ନାମାଙ୍କନ ଯାଞ୍ଚ ଚାଲିଥିଲା । ବିଜୟ ଓ ଗୋପୀ ସରପଞ୍ଚ ପାଇଁ ଆବେଦନ ଦାଖଲ କରିଥିଲେ । ପାଞ୍ଚଟା ସମୟରେ ବେଳେ ଗୋପୀଙ୍କର ୩ ଜଣ ସନ୍ତାନ ଥିବା ବିଜୟ ଲିଖିତ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଥିଲେ । ଏଥିରେ ଗୋପୀ ରାଗି ଯାଇଥିଲେ । ସେହିଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଗୋପୀ ବିଜୟଙ୍କୁ ମାଡମାରି ଲହୁଲୁହାଣ କରିଥିଲେ । ଏହି ଘଟଣା ପରେ ବିଜୟ କୁଡୁମୁଲୁଗୁମ୍ମା ଫାଣ୍ଡି ନିକଟକୁ ଆସି ନିଜ ବୟାନକୁ ମୋବାଇଲ୍‌ରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ପରେ ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ । ଗୋପୀ ମଧ୍ୟ ବିଜୟଙ୍କ ବିରୋଧରେ ଅନ୍ୟଏକ ଏତଲା ଦେଇଥିଲେ । ପୁଲିସ ଦୁଇଟିଯାକ ଏତଲାକୁ ଭିଭିକରି ଦୁଇଟି ପୃଥକ ମାମଲା ରୁଜୁ କରିଛି । ମାମଲାର ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ଗିରିଶଚନ୍ଦ୍ର ମହାରଣା କହିଛନ୍ତି । ନିର୍ବାଚନ ପୂର୍ବରୁ ହିଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କୁଡୁମୁଲୁଗୁମ୍ମା ସରପଞ୍ଚ ପ୍ରାର୍ଥୀ ନିମନ୍ତେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନ ଦାଖଲ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.