କଳାହାଣ୍ଡି,୧୫/୦୯(ପିପିଟି); ଠିକା କାମର ଟଙ୍କା ମାଗିଲେ ମିଳୁଛି ଧମକ ! ଏଭଳି ଅଭିଯୋଗ ଆସିଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଭଟାପଲା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ପାଚେରୀ କାମ କରିଥିଲେ ୱାର୍ଡ ମେମ୍ବର ସୁରେନ୍ଦ୍ର ସାହୁ । କାମ ସଂପୂର୍ଣ୍ଣ କଲେ ବିଲ କରିବେ ବୋଲି ପ୍ରତିଶୃତି ଦେଇ ଗୋଟାଏ ପରେ ଗୋଟିଏ ମିଛ କହିବା ସହିତ ମାଡ଼ ମାରିବାକୁ ଧମକ ଦେଉଛି ସରପଞ୍ଚଙ୍କ ଶଳା ଟଙ୍କଧର ସାହୁ । ସୂଚନାରୁ ଜଣା ପଡୁଛିଯେ, ଟଙ୍କଧର ସାହୁ ମିଛ ଟ୍ରାକ୍ଟର ବିଲ ଯନ୍ତ୍ରୀଙ୍କୁ ଦେଇ ବିଲ ପାସ କରି । ୪୦,୦୦୦ ଟଙ୍କା କୁ ଆତ୍ମସାତ କରି ପିଇଓ ଏବଂ ଯନ୍ତ୍ରୀଙ୍କୁ ଟଙ୍କା ଦେଇଛି ବୋଲି ମିଥ୍ୟା କଥା କହି ଯନ୍ତ୍ରୀ , ପିଇଓ ,ୱାର୍ଡ ମେମ୍ବରଙ୍କ ସହ ସରକାରୀକଳ ଆଖିରେ ଧୁଳି ଦେଇ ଗୁଣ୍ଡା ଗିରି କରୁଛି । ଫଳରେ ଉକ୍ତ ବିଷୟକୁ ନେଇ ମ.ରାମପୁର ଥାନାରେ ପହଞ୍ଚିଛି ଅଭିଯୋଗ । ଟଙ୍କଧର ସାହୁ ନାରେ ପୂର୍ବରୁ ଅନେକ ଦୁର୍ନୀତିର ଅଭିଯୋଗ ଥାଇ ମଧ୍ୟ ପ୍ରଶାସନ କାହିଁକି ଚୁପ୍ ରହିଛି ବୋଲି ଅଭିଯୋଗ କାରି ମାନେ ଦାବି କରିବା ସହ ଟଙ୍କଧର ସାହୁ ନାରେ ଶୀଘ୍ର ଉଚ୍ଚ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ତଥା ଜିଲ୍ଲାର ଭିଜିଲାନ୍ସ ଜେରାକରି ତଦନ୍ତ କରିଲେ ସବୁ ସତ୍ୟାସତ୍ୟ ଜାଣିହେବ ବୋଲି ଅଭିଯୋଗ କାରି ମାନେ ଥାନାରେ ଅଭିଯୋଗ ଦେଇ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି । (ରିପୋର୍ଟ ଭିଷ୍ମ ସାହୁ ।)