ସରକାର ଅସମ୍ବାଧାନିକ ଭାବେ ବହିଷ୍କୃତ କରିଛନ୍ତି; ଅଦାଳତର ଆଶ୍ରୟ ନେବି : ନିରୁପା ସିଂ ।

0 482

ପଦ୍ମପୁର,ତା-୦ ୭/୦୯(ପିପିଟି) ; ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ପଦବୀରୁ ମୋତେ ବହିଷ୍କୃତ କରିଛନ୍ତି, ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବି ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପା ସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ବିବୃତିରେ ପ୍ରକାଶ କରି ଶ୍ରୀମତୀ ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବା ସହ ତାଙ୍କ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି ଓ ସରକାରୀ ଦଳରେ ସାମିଲ ହୋଇଯିବା ପାଇଁ ଚାପ ସୃଷ୍ଟି କରୁଛନ୍ତି । ପାଇକମାଲ ବିଡିଓ, ଜେଇ ,କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଲି ଭାବେ ଅନେକ କାର୍ଯ୍ୟରେ ତାଙ୍କୁ ହଇରାଣ କରୁଥିବା ବିଷୟ ବରଗଡ଼ ଜିଲ୍ଲାପାଳ ଏପରିକି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଜଣାଇଥିଲି । ପଞ୍ଚାୟତ କାର୍ଯ୍ଯଳୟ ରୁ କେଶବୁକ ଠୁଁ ଆରମ୍ଭ କରି ସମସ୍ତ କାଗଜ ପତ୍ର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ତାଲାବନ୍ଦ କରି ରଖୁଥିଲେ ଓ ମୋତେ ଦସ୍ତଖତ ଦେବା ପାଇଁ ଯୋଗାଇ ଦେଉ ନଥିବା ବେଲେ କେଶବୁକ ରେ ଦସ୍ତଖତ ନ ଦେବାର ଅଭିଯୋଗ ସହ ମନରେଗା କାର୍ଯ୍ଯ ନିଜେ ବିଡିଓ ଫାଇଲ ଖୁଲି ଶ୍ରମିକ ମାନଙ୍କୁ ପଇସା ପୈଠ କରିଥିବା ବେଳେ ମୁଁ କିଭଳି ଦୋଷୀ ହେଲି ବୋଲି ନିରୁପା ସିଂ ପ୍ରଶ୍ନ କରିଛନ୍ତି । ଜନ ସାଧାରଣଙ୍କ ଦ୍ବାରା ନିର୍ବାଚିତ ମୋ ପରି ଜଣେ ମହିଳା ସରପଞ୍ଚଙ୍କୁ ଅନ୍ଯାୟ ଭାବରେ ସରକାର ସସପେଣ୍ଡ କରିଥିବାରୁ ସରକାରଙ୍କ ଏହି ଅନ୍ଯାୟ ବିରୁଦ୍ଧରେ ଖୁବ୍ ଶ୍ରୀଘ୍ର ମାନ୍ୟବର ଉଚ୍ଚ ନ୍ଯାୟର ଦ୍ବାରସ୍ଥ ହେବି ଓ ମାନ୍ୟବର ଉଚ୍ଚ ନ୍ଯାୟଳୟ ମୋତେ ନ୍ଯାୟ ଦେବ ବୋଲି ଆଶା କରୁଛି ବୋଲି ନିରୁପା ସିଂ ଆଶା ବ୍ଯକ୍ତ କରିଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.