ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ।

0 222

ଉଲୁଣ୍ଡା,୧୭/୦୧(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡ଼ି ଠାରେ ଥିବା ଜିଲ୍ଲା ଶିଳ୍ପ ତାଲିମ୍ କେନ୍ଦ୍ରରେ ତ୍ରି-ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଦିନକୁ ଦିନ ବଢୁଥିବା ଛାତ୍ରୀଙ୍କ ଉପରେ ଅତ୍ୟାଚାର କୁ ରୋକିବା ନିମନ୍ତେ ଅନୁଷ୍ଠାନର ଅଧ୍ୟକ୍ଷ ଶୈଳେଶ କୁମାର ନାୟକଙ୍କ ନିର୍ଦ୍ଦେଶରେ ତ୍ରି ଦିବସୀୟ ତାଲିମ୍ ଶିବିର ଆୟୋଜନ କରାଯାଇଛି ।ମାଷ୍ଟର ଟ୍ରେନର ହିସାବରେ ସୁରଜ୍ ପୁଝାରୀ ଓ ନୀମେଇ ନାଏକ , ଶାରୀରିକ ଶିକ୍ଷକ ନରେନ୍ଦ୍ର ବରାଲ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଟିଆଇ ପ୍ରଶିକ୍ଷକ ଶ୍ରୀବନ୍ତ ନାୟକ, ସତ୍ୟ ପ୍ରଜ୍ଞା ଥନାପତି, ବଦ୍ରି ନାରାୟଣ ମହାପାତ୍ର ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.