ବୋଲଗଡ, ୦୧/୦୮(ପିପିଟି): ବୋଲଗଡ ତହସିଲ ଅନ୍ତର୍ଗତ ପିଚୁକୁଳି ରାଜସ୍ବ ନିରୀକ୍ଷକ କାର୍ଯାଳୟ ଅଧିନସ୍ଥ ରାସୋଳ ରାଜସ୍ବ ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି l ଏହି ରାସୋଳ ଗ୍ରାମରେ ସରକାରୀ ସ୍ଥାବର, ଆସ୍ଥାବର, ଗୋଚର, ସ୍ମଶାନ ଓ ପାହାଡ଼ ପାର୍ବତ୍ୟ ଅଞ୍ଚଳ ରହିଅଛି l ରାସୋଳ ଗ୍ରାମର ସମସ୍ତ ଗାଈ ଗୋରୁ ଘାସ ଚରିବା ପାଇଁ ଆଉ ଗୋଚର ଜମି ନାହିଁ l ପରିବେଶକୁ ସୁରକ୍ଷା ନିର୍ମଳ ରଖିବା ପାଇଁ ନୂତନ ଗଛ ଲଗାଇବା ପାଇଁ ଜାଗା ମିଳୁନାହିଁ l ଗ୍ରାମର କେତେକ ଅସାମାଜିକ ଯୁବକ ଓ ସ୍ୱାର୍ଥପର ବ୍ୟକ୍ତିମାନେ ସରକାରୀ ଜମିକୁ ଜବର ଦଖଲ କରିଅଛନ୍ତି l ଫଳରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଅନ୍ୟ ଗ୍ରାମରୁ ଆସୁଥିବା ଲୋକମାନେ ଗମନା ଗମନାରେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରିବା ପାଇଁ ରାସୋଳ ଗ୍ରାମବାସୀ କମିଟି ଓ ମା କୁଣ୍ଡାଖାଇ ସେବା ସଙ୍ଘର ସଦସ୍ୟମାନେ ମିଳିତ ଭାବେ ଏକ ଲିଖିତ ଅଭିଯୋଗ ବୋଲଗଡ ତହସିଲଦାର ନିବେଦିତା ପରିଡା, ପିଚୁକୁଳି ରାଜସ୍ବ ନିରୀକ୍ଷକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଅଛନ୍ତି l ବୋଲଗଡ ତହସିଲଦାର ନିବେଦିତା ପରିଡା ଏହାକୁ ତଦନ୍ତ କରିବା ପାଇଁ ରାସୋଳ ଗ୍ରାମବାସୀ ଓ ମା କୁଣ୍ଡାଖାଇ ସେବା ସଙ୍ଘର ସଦସ୍ୟ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଅଛନ୍ତି l ଯଦି ଆଗାମୀ ଦିନରେ ରାସୋଳ ଗ୍ରାମରୁ ସରକାରୀ ଜମି ଜବର ଦଖଲକୁ ଉଚ୍ଛେଦ କରନଯିବ ତେବେ ଏକ ବିରାଟ ଜନ ଆନ୍ଦୋଳନ କରାଯାଇ ବୋଲଗଡ ତହସିଲ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ରାସୋଳ ଗ୍ରାମ କମିଟି ମା କୁଣ୍ଡାଖାଇ ସେବାସଙ୍ଘର ସଦସ୍ୟମାନେ ଚେତାବନୀ ଦେଇଅଛନ୍ତି l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)