ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଓଡ଼ିଶା ପକ୍ଷରୁ ୭ମ ପ୍ରତିଷ୍ଠା ଦିବସ ପାଳିତ ।

0 1,425

ବ୍ରହ୍ମପୁର,୨୩/୧୨(ପିପିଟି): ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଓଡିଶା ପକ୍ଷରୁ ୭ମ ପ୍ରତିଷ୍ଠା ଦିବସ ବହୁ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ ଉଦ୍‌ଘାଟନ କରିଥିଲେ । ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଓଡ଼ିଶା ସାଧାରଣ ସମ୍ପାଦକ ତପନ ମହରନ୍ୟ ଶର୍ମା ବିବରଣୀ ପାଠ କରିଥିଲେ। ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ରାଷ୍ଟ୍ର ଅଧ୍ୟକ୍ଷ ତଥା ଉତ୍କଳ ମେଲ୍ ଖବର କାଗଜର ସମ୍ପାଦକ ତଥା ସଂଘର ଜାତୀୟ ସଭାପତି ପୀତବାସ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ନରା ଥିଲା “କାଲାମ ଯଦି ରାଗି ଯିବ ସରକାର ତୁମେ ଭାଙ୍ଗି ଯିବ”। କୋଭିଡ-୧୯ ମହାମାରୀ ସମୟରେ ଜନ ପ୍ରତିନିଧି ଓ ଗଣମାଧ୍ୟମର ଭୂମିକା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଜନ ପ୍ରତିନିଧିଙ୍କ କାର୍ଯ୍ଯଶୈଳୀ ଉପରେ ଆଲୋଚନା କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନେ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବାର ଭୂମିକାକୁ ପ୍ରଶଂସା କରିଥିଲେ । କ୍ରାନ୍ତିଧାରା ଖବର କାଗଜ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ,ନବୀନ ଖବର କାଗଜ ସମ୍ପାଦକ ରବି ରଥ , ବିଶ୍ୱବାଣି ଖବର କାଗଜ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ସମ୍ବାଦିକ ମାନେ ନିରପେକ୍ଷ ହୋଇ ଅଧିକ କାର୍ଯ୍ଯ କରିବା ସହିତ ଜନତାଙ୍କ ସମସ୍ଯାକୁ ଗୁରୁତ୍ବ ଦିଅନ୍ତୁ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ପ୍ରତିଷ୍ଠା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ମହାନ ସଂଘ ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ , ସାମ୍ବାଦିକ ନାରାୟଣ ମାହାଙ୍କୁଡ , ଗୋପାଳ ପଟ୍ଟନାୟକ , ବେ.କେ ବିଶାରଦ , ଲଲାଟେନ୍ଦୁ ଚୌଧୁରୀ , ରାକେଶ କୁମାର ଷଡଙ୍ଗୀ,ସ୍ୱାଧୀନ ପାତ୍ରଙ୍କ ସମେତ ବହୁ ସାମ୍ବାଦିକ,ଓକିଲ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.