ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ।

0 277

ଖୋର୍ଦ୍ଧା,୦୯/୦୧(ପିପିଟି):ଆଜି ସମର୍ପଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଟ୍ରମା କେୟାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଯୋଗଦେଇ ଏହି ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ।
ଏଡିଏମଓ (ପିଏଚ) ଡା.ରଘୁନାଥ ନାୟକ, ଡିପିଏଚଓ ପ୍ରଦ୍ୟୁମ୍ନ ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ଶିକ୍ଷାବିତ କିଶୋର ଚନ୍ଦ୍ର ବରାଳ, ଉଦ୍ୟୋଗପତି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ସାହୁ କହିଥିଲେ ଯେ, ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଏହି ଆମ୍ବୁଲାନ୍ସ ସେବା ତ୍ବରିତ ପ୍ରାଥମିକ ସେବା ଯୋଗାଇବା ସହ ନିକଟସ୍ଥ ମେଡିକାଲ ପହଞ୍ଚାଇବା କାର୍ଯ୍ୟ କରିବ। ଏହି ସେବା ସମ୍ପର୍ଣ୍ଣ ଭାବେ ନିଃଶୁଳ୍କ ରହିବ। ତେବେ ଉକ୍ତ ସେବା ପାଇଁ ଆମ୍ବୁଲାନ୍ସରେ ଦିଆଯାଇଥିବା ନମ୍ବର ୭୦୦୮୦୯୨୮୭୮, ୬୩୭୧୦୮୬୯୧୬ ରେ ଯୋଗାଯୋଗ କରିପାରିବେ। ଯୋଗାଯୋଗ ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବ। ଯେଉଁ ସ୍ଥାନରେ ବଡ ଆମ୍ବୁଲାନ୍ସ ପହଞ୍ଚି ପାରୁନି, ସେହି ସ୍ଥାନରେ ଏହି ଆମ୍ବୁଲାନ୍ସ ପହଞ୍ଚିବ। ଏହି କାର୍ଯ୍ୟକ୍ରମରେ ଲଳିତ ମୋହନ ମହାପାତ୍ର, ଚନ୍ଦନ ସାହୁ, ପ୍ରଦୀପ ସ୍ବାଇଁ, ସରୋଜ ପାଲଟାସିଂହ ପ୍ରମୁଖ ସହଯୋଗ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.