କୋଦଳା,୦୪/୦୭(ପିପିଟି); ବାରମ୍ବାର ପ୍ରତ୍ୟକ ଅଞ୍ଚଳ ଉପରେ ଲଗାତାର ନଜର ରଖିଲେ ରୋଗୀଙ୍କୁ ସହଜରେ ଖୋଜି ବାହାର କରାଯାଇ ପାରିବ ବୋଲି ବିଶ୍ଵାସ ରଖି ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଶନିବାର ଏଏନଏମ ପ୍ରମିଳା ପାତ୍ର ଓ ଡେରାସାହି ଅଙ୍ଗନୱାଡି କେନ୍ଦ୍ର କର୍ମୀ ସବିତା କୁମାରୀ ପାଢ଼ୀ , ସହାୟିକା ସବିତା ସାହୁ ମିଳିତ ଭାବେ ଡେରାସାହି , ଦଶବଖରା ସାହି , ଗୋହିରୀନାଳ ସାହି କୁ ଯାଇ ପ୍ରତ୍ଯକ ଘର ମେମ୍ବରଙ୍କୁ ଡାକି ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କ ସ୍କ୍ରିନିଙ୍ଗ ଟେଷ୍ଟ କରିଥିଲେ । କରୋନା ଲକ୍ଷ୍ଯଣ ଅଛିକି ନାହିଁ ପଚାରି ବୁଝିବା ସହିତ ତାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ଯଥା ସାବୁନ ରେ ହାତ ଧୋଇବା ଓ ମୁହଁ ଆଖି ନାକ କୁ ନ ଛୁଇଁବା ,ମାସ୍କ ବ୍ୟବହାର କରିବା , ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ,ସାମାଜିକ ଦୂରତ୍ୱ ବଜାୟ ରଖିବା, ୩୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ମେଡିକାଲ ନେଇ ବ୍ଲଡ ସୁଗର ଓ ବ୍ଲଡପ୍ରେସର ତୁରନ୍ତ ପରୀକ୍ଷା କରିବା , ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟର ସ୍ଵତନ୍ତ୍ର ଯତ୍ନ ନେବା ଏବଂ ନିୟମିତ ବ୍ୟାୟାମ କରିବାକୁ ପରାମର୍ଶ ଦେବା ସହିତ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହିଥିଲେ । ତତ ସହିତ ମ୍ୟାଲେରିଆ , ଡାଇରିଆ , ଡେଙ୍ଗୁ ଉପରେ ସଚେତନ କରି ଓଆରଏସ ଓ ଜିଙ୍କ ବ୍ଯବାହାର କରି ତରଳ ଝାଡ଼ାର ସଠିକ ଉପଚାର କରିବାକୁ ପରାମର୍ଶ ଦେଇ ଓଆରଏସ ବଣ୍ଟନ କରିଥିଲେ ।ଯକ୍ଷ୍ମା ରୁ ସମ୍ପୂର୍ଣ ଆରୋଗ୍ୟ ପାଇଁ “ଡଟସ “ହିଁ ଏକମାତ୍ର ଉପଚାର ବୋଲି କହିବା ସହିତ “ଡଟ୍ସ”ପଦ୍ଧତ୍ତିରେ ଔଷଧ ଅଧାରୁ ବନ୍ଦ ନ କରି ନିୟମିତ ସେବନ କଲେ ଯକ୍ଷ୍ମା ରୋଗ ୬/୮ ମାସରେ ନିଶ୍ଚିତ ଭଲ ହେବ ବୋଲି ପରାମର୍ଶ ଦେଇ କିଛି କିଛି ଔଷଧ ମଧ୍ୟ ବିତରଣ କରିଥିବା ଜଣାପଡିଛି ।