ମାଲକାନଗିରି,୦୧/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଆଜି ସମନ୍ୱୟ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନେ ଝୋଟି ପକାଇ ମାଣବସା ଗୁରୁବାର ଓଷା ପାଳିଲେ ଅଙ୍ଗନୱାଡି କର୍ମୀମାନେ।ଗତ ୨୫ ତାରିଖ ଠାରୁ କର୍ମୀମାନେ ମାଥିଲି ସିଡିପିଓ ମିନତୀ ବେହେରାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବ୍ଳକର ଅଙ୍ଗନୱାଡି କର୍ମଚାରୀମାନେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନକରି ଆଜକୁ ସାତ ଦିନ ହେବ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର ଅସୋସିଅନ ଡାକରା କ୍ରମେ ଜିଲ୍ଲା ଅସୋସିଅନ ଆହ୍ୱାନ କ୍ରମେ ଗତ ମାସ ୨୫ ତାରିଖ ଠାରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଙ୍ଗନୱାଡି କର୍ମୀମାନଙ୍କ ସଭାନେତ୍ରୀ ଲଛମା ନାଲିଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡି କର୍ମୀମାନେ ମାଥିଲି ସଦର ମହକୁମାରେ ଏକତ୍ରିତ ହୋଇ ମାଥିଲି ଥାନା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଜର ହକ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ନାରା ଦେଇଥିଲେ। ଶେଷରେ ସଦର ମହକୁମାରେ ଥିବା ସମନ୍ୱୟ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚି ଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା ପାଇଁ ଅଡ଼ି ବସିଛନ୍ତି। ଏହି ପରିପ୍ରେକ୍ଷୀରେ ଧାରଣା ସ୍ଥଳରେ ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀ ମାଢି, ସମ୍ପାଦକ ରେଭା ବିଶ୍ୱାସ, ବ୍ଲକ ଲଛମା ନାଲି, ଆସି ପହଁଚିବା ସହିତ ଧାରଣାରେ ବସିଥିବା ବ୍ଲକ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ମାଥିଲି ସିଡିପିଓ ମିନତୀ ବେହେରାଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମୀମାନେ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅଙ୍ଗନୱାଡି କର୍ମୀଙ୍କ ଗତ ମାସ୨୧ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ କୋମଳ ମତୀ ଶିଶୁ ଓ ଗର୍ଭବତୀ ମା ମାନଙ୍କ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଅଙ୍ଗନୱାଡିଙ୍କ ନ୍ୟାର୍ଯ୍ୟ ଦାବି ତୁରନ୍ତ ସରକାର ମନି ନେବାକୁ ସାଧାରଣରେ ଦାବି ହେଉଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏପରି ଧାରଣାରେ ବସିବେ ବୋଲି ସଭାନେତ୍ରୀ କହିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post