ସତୀଗୁଡା ଜଳଭଣ୍ଡାରରେ ନୌକା ପ୍ରତିଯୋଗିତା ଅନୁଷ୍ଠିତ ।

0 224

ମାଲକାନଗିରି,୧୩/୦୧(ପିପିଟି): ମାଲକାନଗିରି ଜିଲ୍ଲା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ଚାଳଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବହୀ ଅଧିକାରୀ ରତ୍ନାକର ସାହୁ ସବୁଜ ପତାକା ଦେଖାଇ ପ୍ରତି ଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତି ଯୋଗିତାରେ ଜଳଭଣ୍ଡାର ଚତୁଃପାଶ୍ୱର୍ରେ ଥିବା ସତୀଗୁଡା ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତିର ଅଧିନରେ ଥିବା ସିନ୍ଧ୍ରିମାଳ, ଭିମାରାଙ୍ଗିଣି, ମୁନୁସା, ସିମାଗୁଡି, ଏମ୍‌.ଭି-୧୧୧, ସୋରିଷମାଳ, ଚମ୍ପାଖାରୀ, ସର୍ଗିଗୁଡା, କରସ୍ତାଗୁଡା,ଏମ୍‌.ଭି- ୧୧୧ (ବି) ଆଦି ୧୦ଟି ଗ୍ରାମର ମତ୍ସ୍ୟଜୀବିମାନେ ନିଜର ପାରମ୍ପରିକ ଦେଶୀ ଡଙ୍ଗା ସହ ପ୍ରତି ଡଙ୍ଗାରେ ୪ ଜଣ ବ୍ଯକ୍ତି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜଳଭଣ୍ଡାର ମଧ୍ୟରେ ୫୦୦ ମିଟର ଲମ୍ବା ଏବଂ ୧୫୦ ମିଟର ଚଉଡା ମଧ୍ୟରେ ଜଳଭଣ୍ଡାରରେ ବେଲୁନ, ସୋଲ ସାହାଯ୍ୟରେ ପ୍ରତିଯୋଗିତା ଅଞ୍ଚଳ ଚିହ୍ନଟ କରା ଯାଇଥିଲା। ଏହି ପ୍ରତିଯୋଗିତାରେ ଏମ୍‌.ଭି-୧୧୧ ଗ୍ରାମର ୧ ନମ୍ବର ନୌକା ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସୋରିଷମାଳର ୩ ନଂ. ନୌକା ଦ୍ୱିତୀୟ ସ୍ଥାନ ଓ ସିନ୍ଧ୍ରିମାଳର ୮ ନଂ ନୌକା ତୃତୀୟ ଅଧିକାର କରିଥିଲା। ପରେ ପରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୧୦ଟି ଗ୍ରାମର ପ୍ରତିଯୋଗୀଙ୍କ ସହ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ, ଜିଲ୍ଲା ଅଗ୍ନିଶମ ଅଧିକାରୀ କମଲ କୁମାର ଗୌଡ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ମାନସ ମିଶ୍ର, ବନାଂଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମିଙ୍କ ସହ ଅନ୍ୟାନ୍ୟ ବିଭାଗର ପଦାଧିକାରୀ,ବନ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।୨୦୦୮ ବର୍ଷରୁ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଏହି ନୌକା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ହୋଇଥିଲା ବେଳେ ମତ୍ସ୍ୟଜୀବିଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିବା ଏହାର ଲକ୍ଷ୍ୟ ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲ। ତେବେ ବିଜୟୀ ଦଳକୁ ମାଲ୍ୟବନ୍ତ ମହୋତ୍ସବ ଦିନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଘୋଷଣା କରିଥିଲ। ଏହି କାର୍ଯ୍ୟକ୍ରମକୁ ନୌକା ପ୍ରତିଯୋଗିତା କୁ ବନପାଳ ରମେଶ ଚନ୍ଦ୍ର ରାଉତ, ଦେବାଶିଷ ପ୍ରଧାନ ପରଚାଳନା କରିଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.