ସୁବର୍ଣ୍ଣପୁର,୩୦/୧୧(ପିପିଟି): ଗତ କାଲି ଅପରାହ୍ନ ରେ ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଉପଦେଷ୍ଟା ଦିଲ୍ଲୀପ ପାତ୍ର ନିଜ ବାସଭବନରୁ ବ୍ଲକ ଛକ ପଟକୁ ନିଜ ବ୍ୟବସାୟ କେନ୍ଦ୍ରକୁ ଆସୁଥିବାବେଳେ ତହସିଲଦାରଙ୍କ ବାସଭବନ ଆଗରେ କୁକୁର ଦେହରେ ବାଡେଇ ହୋଇ ନିଜ ବାଇକ ରେ ଦୁର୍ଘଟଣା ହୋଇଥିଲେ । ତାଙ୍କ ଗୋଡ଼ ଓ ମୁହଁ ରେ ଖୁବ ଆଘାତ ହୋଇଥିବା ଜଣାପଡିଛି ।ରାସ୍ତାରେ ବୁଲା ଗାଈ ଗୋରୁ, କୁକୁର ମାନଙ୍କ ଅବାଧ ଚଳପ୍ରଚଳ ଯୋଗୁଁ ବିଭିନ୍ନ ସମୟରେ ରାସ୍ତା ରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ବର୍ତ୍ତମାନ ଶ୍ରୀ ପାତ୍ର ଘରେ ଚିକିତ୍ସିତ ଥିବା ଜଣାପଡିଛି । ଏ ଖବର ପ୍ରସାରିତ ହେବା ପରେ ଜ଼ିଲ୍ଲା ପ୍ରଶାସନ, ଜ଼ିଲ୍ଲା ସାମ୍ବାଦିକ ସଂଘ ତଥା ସହରର ପ୍ରମୁଖ ସଂଗଠନ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରି ଶ୍ରୀ ପାତ୍ରଙ୍କ ସହିତ ଫୋନ ଯୋଗେ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିବା ଜଣାପଡ଼ିଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)