ଧରାକୋଟ, ୦୫/୧୧(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଧରାକୋଟ ଅଞ୍ଚଳର ପୂର୍ବତନ ଛାତ୍ର ନେତା ସଞ୍ଜୟ କୁମାର ପାତ୍ରଙ୍କୁ ଧରାକୋଟ ବ୍ଳକ ବିଜେଡି ସଭାପତି ହୋଇଛନ୍ତି। ଶ୍ରୀ ପାତ୍ର ଯୁବ ଓ ଛାତ୍ରମାନଙ୍କ ମଧ୍ଯରେ ଜଣେ ଜଣାଶୁଣା ନେତା। ଶ୍ରୀ ପାତ୍ର ଏହି ନିଯୁକ୍ତି ପାଇଥିବାରୁ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।