ଶ୍ରୀ ଗୋପାଳଜୀ ନାଟ୍ୟ କଳା ପରିଷଦ ଦ୍ୱାରା “କଳିଯୁଗର ଏ ନୂଆ କାହାଣୀ” ନାଟକ ମଞ୍ଚସ୍ଥ ।

0 270

ଉଲୁଣ୍ଡା,୧୩/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଠାରେ ଶ୍ରୀ ଗୋପାଳଜୀ ନାଟ୍ୟ କଳା ପରିଷଦ ତରଫରୁ ଯାତ୍ରା ନାଟକ “କଳିଯୁଗର ଏ ନୂଆ କାହାଣୀ” ମଞ୍ଚସ୍ଥ ହୋଇଯାଇଛି । ପ୍ରାରମ୍ଭରେ ଆଇନଜୀବି ରାଧାକାନ୍ତ ମହାକୁରଙ୍କ ସଭାପତିତ୍ୱ ଏବଂ ସମ୍ଵାଦିକ ଯୁଗଳ କିଶୋର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହି,କୋଟସମଲେଇ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡିଲି,ଏସ ପତ୍ରାପାଲି ସରପଞ୍ଚ ସନାତନ ମହାଳିକ, ବିସିପଡ଼ା ସରପଞ୍ଚ ଦୈତାରୀ ବେହେରା,ଖେମାଲୋଏ ସରପଞ୍ଚ ଯଶୋବନ୍ତ ପଣ୍ଡା, ଚଡେଇପଙ୍କ ସରପଞ୍ଚ ଦେବଦତ୍ତ ପର୍ଡିଆ,ନିମ୍ନା ସରପଞ୍ଚ ସୂର୍ଯ୍ୟ କାନ୍ତି ପାଣ୍ଡେ,ରାମାୟଣ ନାଟ୍ୟ ନିର୍ଦ୍ଦେଶକ ତଥା ବରଗଡ଼ ଧନୁଯାତ୍ରାର ବରିଷ୍ଠ କଳାକାର ଅଇଁଠୁ ସାହୁ,ଯୁବ ସାହିତ୍ୟିକ ଦ୍ବିତିକୃଷ୍ଣ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗ୍ରାମର ବୟୋଜ୍ୟେଷ୍ଠ କଳାକାର କୃପା ପଧାନ ପ୍ରମୁଖ ଅତିଥି ଭରେ ଯୋଗଦେଇ କାର୍ଯ୍ୟକ୍ରମକୁ ଅତିଥି ଭାବରେ ଉଦଘାଟନ କରିଥିଲେ । ସଭା ଶେଷରେ ବିମ୍ବାଧର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସଭା ଶେଷରେ ରଙ୍ଗରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଓ ପରେ ସର୍ବେଶ୍ୱର ଦାସଙ୍କ ରଚିତ ଏବଂ ରମେଶ ଦେହୁରୀଙ୍କ ନିର୍ଦ୍ଧେଷିତ ନାଟକ “କଳି ଯୁଗର ଏ ନୂଆ କାହାଣୀ” ଗ୍ରାମର କଳାକାର ମାନଙ୍କ ଦ୍ୱାରା ପାରିବେଷିତ ହୋଇଥିଲା । ପ୍ରବଳ ଥଣ୍ଡା ସତ୍ତ୍ୱେ ହଜାର ହଜାର ହଜାର ଦର୍ଶକ ନାଟକ କୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରଥିଲେ ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.