ବୋଲଗଡ଼,୧୦/୦୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ର ପାଟବନ୍ଧଗ୍ରାମର ଆରାଧ୍ୟଦେବ ଶ୍ରୀପଶ୍ଚିମେଶ୍ୱରଙ୍କ ପୀଠରେ ଚାରିଦିନ ଧରି ଚତୁର୍ଥ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି।ପାଟବନ୍ଧଗ୍ରାମ ସମେତ ପଡୋଶୀ ଗ୍ରାମ ର ଶ୍ରଦ୍ଧାଳୁ ଭକ୍ତମାନେ ଓ ଏହି ଅଞ୍ଚଳର ଭକ୍ତ ମାନେ ଆସି ମହାଯଜ୍ଞରେ ଯୋଗଦେଇଛନ୍ତି। ଆରାଧ୍ୟ ଠାକୁର ଶ୍ରୀ ପଶ୍ଚିମେଶ୍ୱରଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି। ୯ତାରିଖ ଅଙ୍କୁର ରୋପଣ ଆରମ୍ଭ ହୋଇଥିବା ବେଳେ,ଏହି ମହାଯଜ୍ଞରେ ଭକ୍ତମାନଙ୍କ ଦ୍ୱାରା ଜଳକଳସ ଧରି ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ତତ୍ ସହିତ ଦେବତା ଆବାହନ ଓ ଅଗ୍ନିସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୧ତାରିଖ ଓ ୧୨ତାରିଖ ରେ ଶ୍ରୀମଦ ଭାଗବତଗୀତା ଆହୁତି, ସୁର୍ଯ୍ୟପୂଜା,ଗୋପୂଜା,ଶାଲାପୂଜା,ରୁଦ୍ରାଷ୍ଟଧ୍ୟାୟୀ,ରାଷ୍ଟ୍ରହୋମ, ପୁର୍ଣାହୁତି ଦିଆଯିବ ବୋଲି ମହାଯଜ୍ଞ କମିଟି ତରଫରୁ ସୂଚନା ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)