ବୋଲଗଡ଼,୨୩/୦୭(ପିପିଟି):ସିଆଇଟିୟୁ,ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ଇୟୁନିଅନ ତରଫରୁ ୨୫ ଜୁଲାଇରୁ ୯ଅଗଷ୍ଟ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଦେଶ ବଞ୍ଚାଅ ଅଭିଯାନ ଉପଲକ୍ଷେ ଆଜି ଏକ ଜିଲ୍ଲା ସ୍ତରୀୟ ମିଳିତ କନଭେନସନ ରଘୁ ଦିବାକର ଭବନ, ରଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ବିଶ୍ୱନାଥ ମହାପାତ୍ର,ଗୋଲକ ମୁଦୁଲି ଓ ନିତ୍ୟାନନ୍ଦ ପରିଡାଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ସଭାରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ଶ୍ରମିକ ନେତା ଦୁଷ୍ମନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ କୋର୍ଡ ,କଳା କୃଷି ଆଇନ ର ବିପଦ ତଥା କୋଭିଡ ସହାୟତା ଯୋଗାଇବାର ଅବହେଳା ସମ୍ପର୍କ ରେ ସୂଚନା ଦେବା ସହ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସୃଷ୍ଟି ହୋଇଥିବା ବିପଦ ବିରୁଦ୍ଧରେ ପ୍ରଚାର ଅଭିଯାନ କରିବାକୁ ଆହ୍ବାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ ଓ ବିଭିନ୍ନ ସ୍ଥାନୀୟ ସମସ୍ୟା ବିରୋଧରେ ଆସନ୍ତା ୯ ଅଗଷ୍ଟ ଭାରତ ଛାଡ଼ ଆନ୍ଦୋଳନ ଦିବସରେ ସରକାରଙ୍କ ବିରୋଧରେ ଆଇନ ଆମାନ୍ୟ ଆନ୍ଦୋଳନକୁ ସଫଳ କରିବାକୁ ଗାଁରେ ଗାଁରେ ମେଳି କରବାକୁ ଆହ୍ୱାନ ଦିଆଗଲା। ଏହି କନଭେନସେନ ରେ ଶରତ ବେହେରା, ସୁରେଶ ସ୍ବାଇଁ,ହରି ମିଶ୍ର,ପବିତ୍ର ଇନ୍ଦ୍ରଜିତି ଓ ଗଣେଶ୍ୱର ନାଏକ ପ୍ରମ୍ମୁଖ ଜିଲ୍ଲାରେ ସଫଳ କରିବା ପାଇଁ ଆଲୋଚନା କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)