ଶେରଗଡ଼ ବିଜେଡି ପକ୍ଷରୁ ୫୭ ନଂ ଜୋନରେ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ।

0 265

ଶେରଗଡ଼,୧୯/୧୦(ପିପିଟି): ଶେରଗଡ଼ ବ୍ଲକ ୫୭ ନଂ ଜୋନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଜନ ହିତ କର ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇବା ନିମନ୍ତେ, ପ୍ରତ୍ୟେକ ବର୍ଷ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ଦୁଇ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇ ଅଛି ସେହି କ୍ରମେ ଆଜି ଶେରଗଡ଼ ବ୍ଲକ ୫୭ ନଂ ଜୋନର କୃଷ୍ଣଛାଇ ପଞ୍ଚାୟତର ବି.ବ୍ରହ୍ମହତ୍ୟା ଗ୍ରାମରୁ ଆରମ୍ଭ ହୋଇ ବ୍ଲକର ତାକରଡ଼ା,ଧବଳପୁର, ଷୋଳଶଳା,ସୁନାନ୍ତର,ଧନନ୍ତର,ଡେଙ୍ଗା ପଦର,ବାକିଲି କଣା, କୁରୁଳା,ଅଲାରି ଗଡ଼ ସହ ଜୋନର ବିଭିନ୍ନ ଗ୍ରାମ ବୁଲି ଥିଲେ ସରକାରଙ୍କ ଜନ କଲ୍ୟାଣିକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି, ସଭାପତି, ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟାୟକ,ଦେବୀ ପ୍ରସାଦ ଦାଶ, ବରୁଣ ପୋଲାଇ, ସରୋଜ କୁମାର ପାତ୍ର ଓ ବ୍ଲକ ର ତିନୋଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବ୍ଲକ ବହୁ ଯୁବ ଛାତ୍ର ନେତା ଯୋଗ ଦେଇ ପଦ ଯାତ୍ରାକୁ ସଫଳ କରିଥିଲେ ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )

Leave A Reply

Your email address will not be published.