ମାଲକାନଗିରି,୧୧/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଶିଶୁ ଗୃହରେ ରହୁଥିବା ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀମାନଙ୍କୁ ସ୍ୱଛତା ସାମଗ୍ରୀ ପ୍ୟାକେଟ ଯୋଗାଇ ଦିଆଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସ°ସ୍ଥା ୟୁନିସେଫ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଉକ୍ତ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇ ଅଛି । ଜିଲ୍ଲାର ତିନୋଟି ଶିଶୁ ଗୃହ ହେଲା ମାଲକାନଗିରି ଅଞ୍ଚଳର ପରିବର୍ତ୍ତନ ଶିଶୁଗୃହ,କୋରୁକୋଣ୍ଡା ଅଞ୍ଚଳର ନୀଳାଚଳ ସେବାଶ୍ରମ ଓ ମୁଣ୍ଡିଗୁଡା ସ୍ଥିତ ଜୋୟ ଚିଲଡ୍ରେନ ହୋମର ଅନ୍ତେବାସୀମାନଙ୍କୁ ସାବୁନ, ସାନିଟାଇଜର, ମାକ୍ସ ଓ ମଗ୍ ଇତ୍ଯାଦି ସାମଗ୍ରୀ ବଣ୍ଟନ କରାଯାଇଛି । ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ତଥା ମାଜିଷ୍ଟ୍ରେଟ ରାକେଶ କୁମାର ମୁଦୁଲି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗୀୟ ଅଧିକାରୀ ସୁଦେଷ୍ଣା ରାଉତ ଓ ପରିବର୍ତ୍ତନ ସ°ସ୍ଥାର ସ°ପାଦକ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ ମୁଦୁଲି ପିଲା ମାନଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ସବୁ ସ୍ୱଛତା ସାମଗ୍ରୀର ବ୍ୟବହାର ଫଳରେ ନିଜେ ସୁସ୍ଥ ରହିବା ସହ ଅନ୍ୟ ମାନଙ୍କୁ ସ°କ୍ରମଣ ଠାରୁ ଦୂରେଇ ରଖାଯାଇ ପାରିବ,ଫଳରେ ଆମେ ସମସ୍ତେ ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ଯାପନ କରିପାରିବା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post