ଶିବ ମନ୍ଦିର ଭଙ୍ଗା ନାଟକ ବନ୍ଦ କରାଯାଉ ।

0 321

ପଦ୍ମପୁର,୦୩/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ୍ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ପାଇକମାଲ ନାଗରିକ କମିଟି ପକ୍ଷରୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ନିର୍ଭର ସୂଚନା ଅନୁଯାୟୀ ପାଇକମାଲ ବ୍ଲକ ନିକଟରେ ଆଜକୁ ଦିର୍ଘ ବର୍ଷ ହେଲା ଏଠାରେ ଶିବ ମନ୍ଦିର ନିର୍ମାଣ କରାଯାଇ ଠାକୁର ନିତି ପୂଜାଅର୍ଚ୍ଚନା ପାଇ ଆସୁଛନ୍ତି। ମନ୍ଦିର ପାଖରେ ବିଜୁ ଏକ୍ସପ୍ରେସ ୱେ ନୁତନ ରାସ୍ତା କାମ ନିର୍ମାଣ ଚାଲିଛି । ଏଭଳିସ୍ଥିତି ରେ ଶିବ ଠାକୁର ମନ୍ଦିର ଭଙ୍ଗା ଜଳଜଳ ହୋଇ ବାରିହେଉଛି କିନ୍ତୁ ଶିବ ମନ୍ଦିରକୁ ନ ଭାଙ୍ଗି ବିଜୁ ରାସ୍ତା ନିର୍ମାଣ କରାଯାଇ ପାରିବ । ହେଲେ ତାହା ନ କରି ଶିବ ମନ୍ଦିର କୁ ଲାଗି ରାସ୍ତା ନିର୍ମାଣ କରା ଯାଉଛି । ସେଥିରେ ପାଇକମାଲ ବାସୀ ମର୍ମାହତ ହୋଇ ଶିବ ମନ୍ଦିରକୁ ନ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉ ବୋଲି ଏକ ଦାବି ପତ୍ର ପଦ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବି ପତ୍ର ପ୍ରଦାନ ବେଳେ ପାଇକମାଲ ର ଅନନ୍ତ କୁମାର ପଣ୍ଡା, ବିଜୟ ରାଓ,ଶ୍ଯାମ ଲାଲ ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ସୁବାସିନୀ ମେହେର, ଡାକ୍ତର ସବିତା ଚରଣ ମେହେର, ନିମାଇଁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.