ଫୁଲବାଣୀ,୨୧/୦୯(ପିପିଟି); କନ୍ଧମାଳ ଜିଲ୍ଲା ଶିକ୍ଷକ ସମନ୍ବୟ ସମିତି ଜିଲ୍ଲାପାଳଙ୍କ କୋଭିଡ କଣ୍ଟ୍ରୋଲ ରୁମର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି । ଏହାର ସମାଧାନ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି । ଜିଲ୍ଲାରେ ପ୍ରାୟ ୪୫୦ ପ୍ରାଥମିକ ଶଖ୍ୟକ ଥିବାବେଳେ ମାତ୍ର ୩୦ ,୩୫ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଥରମାଲ ଟେଷ୍ଟିଙ୍ଗ,ଓ ବ୍ଳକ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ନିୟୋଜିତ କରାଯାଉଛି ।ଫଳରେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏହି ସେବାରୁ ବଣ୍ଚିତ ହେଉଛନ୍ତି । ତେଣୁ ରୋଟେସନ କରି ଏହି ଦାୟିତ୍ବ ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବାକୁ ସମିତି ଦାବି ରଖିଛି । ଜିଲ୍ଲାର ପ୍ରଶାସନ ଓ ଶିକ୍ଷା ବିଭାଗରେ ନିରପେକ୍ଷତା ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ଅବସର ପ୍ରାପ୍ତ ଶିକ୍ଷକ । ଜିଲ୍ଲାରେ ଶିକ୍ଷକ ମାନଙ୍କ ବଦଳି ନିଯୁକ୍ତି ରେ ଅନିୟମିତତା ଓ ପାତର ଅନ୍ତର ଚାଲିଥିବା ଅଭିଯୋଗ କରି ପ୍ରଶ୍ନ କରିଛନ୍ତି ଜିଲ୍ଲାରେ ଚାକିରୀ ଆରମ୍ବରୁ ଅବସର ପର୍ଯ୍ୟନ୍ତ କିଛି ଶିକ୍ଷକ ସହର ଛାଡ଼ି ନଥିବାବେଳେ କିଛି ଶିକ୍ଷକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥାଇ ମଧ୍ୟ ଚିକିତ୍ସା ପାଇଁ ସହର ପାଖାପାଖି ସ୍ତାନକୁ ଅବସର ପଯ୍ୟନ୍ତ ଆସିନ ପାରିବା ପ୍ରଶାସନ ଓ ଶିକ୍ଷା ବିଭାଗ ନିରପେକ୍ଷତାକୁ ଅଙ୍ଗୁଳି ନିର୍ଦେଶ କରୁନାହିଁ କି ? ପ୍ରଶାସନ ଏହି ସବୁ ଅନିୟମିତତା ପ୍ରତି ଦୃଷ୍ଟି ଦେଇ ସମାଧାନ କଲେ ଜିଲ୍ଲାର ଶିକ୍ଷା ର ବିକାଶ ରେ ଏହା ସହାୟକ ହବବୋଲି ମତ ରଖିଛନ୍ତି ଏହି ଅବସର ପ୍ରାପ୍ତ ଶିକ୍ଷକ ମାନେ । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)