ଵୀରମହାରାଜପୁର ରେ ଗ୍ୟାଲେକ୍ସି ବ୍ୟାଡ଼ମିଣ୍ଟନ କପ ଉଦ୍‌ଘାଟିତ ।

0 312

ଉଲୁଣ୍ଡା,୦୮/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସାମ୍ବାଦିକ ଭବନ ଠାରେ ଦ୍ବି ଦିବସୀୟ ଗ୍ୟାଲେକ୍ସି ବ୍ୟାଡ଼ମୀଣ୍ଟନ କପ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ ବ୍ୟାଡ଼ମୀଣ୍ଟନ କପର ସଭାପତି ରାଧାକାନ୍ତ ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ସମାରୋହରେ ବୀରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଚମ୍ପମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା,ଇଂ ରଘୁନାଥ ଜଗଦଲା, କ୍ରୀଡା ଶିକ୍ଷକ ପ୍ରଶାନ୍ତ ଡାଙ୍ଗ, ସାମାଜିକ କର୍ମୀ ମୀନକେତନ ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ତୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାରର ଖେଳାଳି ମାନେ ଯୋଗଦେବେ ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.